ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ରାଜ୍ୟ ବାହାର ଭକ୍ତଙ୍କ ପାଇଁ ୯୬ ଘଣ୍ଟାର କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଏଣିକି ଶ୍ରୀମନ୍ଦିର ଦର୍ଶନ ପାଇଁ ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ୯୬ ଘଣ୍ଟାର କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସ୍ଓପିରେ ଜାରି ହୋଇଛି ଏହି ନିୟମ। ସେହିଭଳି ୨ଟି ଡୋଜ ପୂର୍ଣ୍ଣାଙ୍ଗ କରୋନା ଟିକା ନେଇଥିବା ପ୍ରମାଣ ପତ୍ର ଜରୁରୀ ବୋଲି ଏସ୍ଓପିରେ ଉଲ୍ଲେଖ କରାଯାଇଛି। ମନ୍ଦିର ଭିତରେ ପାନ ଗୁଟଖା ଖାଇବା କିମ୍ବା ଚେପ ପକାଇବା ନିସେଧ କରାଯାଇଛି। ନିୟମ ଉଲ୍ଲଘଂନ କଲେ ଦେବାକୁ ପଡିବ ୫୦୦ ଟଙ୍କା ଫାଇନ୍। ସେହିଭଳି ପଲିଥିନ ବ୍ୟବହାର କଲେ ୧୦୦ ଟଙ୍କା ଜରିମାନା ଭରିବାକୁ ପଡିବ। ଶ୍ରୀମନ୍ଦିର ଭିତରେ କୌଣସି ଦେବା ଦେବୀ ଙ୍କୁ ସ୍ପର୍ଶ କରିବା କିମ୍ବା ଦୀପ ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସିଂହଦ୍ୱାର ଭିତର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବା ପାଇଁ କୁହାଯାଇଛି। ସେହିପରି ଆନନ୍ଦ ବଜାରର ନିର୍ଦ୍ଧିଷ୍ଟ ସ୍ଥାନରେ ବସି ପ୍ରସାଦ ସେବନ କରିହେବ। ଏପ୍ରିଲ ୧୯ ରୁ ନୂଆ ଏସ୍ଓପି ଆଧାରରେ ହେବ ଦର୍ଶନ। ନାଇଟ୍ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ତେବେ ରାତି ୮.୩୦ ସୁଦ୍ଧା ମନ୍ଦିର ପରିସରକୁ ଖାଲି କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ରାତି ୯ ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବାରୁ ନିଆଯାଉଛି ଏହି ପଦକ୍ଷେପ।

powered by social2s