ବ୍ୟାଙ୍କ୍ ରେ ଯୁବକଙ୍କ ତାଣ୍ଡବ: ଟଙ୍କା ନମିଳିବାରୁ ଭଙ୍ଗାରୁଜା, କର୍ମଚାରୀ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିର ବ୍ୟାଙ୍କ୍ ଅଫ ଇଣ୍ଡିଆ ବ୍ରାଞ୍ଚରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ରଗୁଢ଼ୀ ଥାନା ଅନ୍ତର୍ଗତ ଭୂୟାଁରୋଇଡା ଗ୍ରାମର ଦେବ ଆପଟ ନାମକ ଜଣେ ଯୁବକ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଆସିଥିବାବେଳେ ବ୍ୟାଙ୍କ୍ କର୍ମଚାରୀ ଟଙ୍କା ନଥିବା କହିବାରୁ ସେ ଉତ୍ୟକ୍ତ ହୋଇଯାଇଥିଲେ। କ୍ରୋଧରେ ଉକ୍ତ ଯୁବକ ବ୍ୟାଙ୍କ୍ ଭିତରେ ଥିବା ଏକ ବେଲଚା ଧରି ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ଏହା ଦେଖି ବ୍ୟାଙ୍କ୍ ଭିତରେ ଥିବା ଗ୍ରାହକମାନେ ଭୟରେ ପଳାଇଯାଇଥିଲେ। ଭଙ୍ଗାରୁଜା ବେଳେ ବ୍ୟାଙ୍କ୍ ର ଗ୍ଲାସ୍ ସଜ୍ଜା ଭାଙ୍ଗିଯାଇଯିବା ସହ କର୍ମଚାରୀ ଜଣେ ଆହତ ହୋଇଥିଲେ। ଯୁବକ ମଧ୍ୟ ଆହତ ହୋଇଥିବା ଖବର ମିଳିଛି। ଘଟଣା ସମୟରେ ଗ୍ରାହକ ସୁରେଶ ପଳେଇ ପୋଲିସ୍‌କୁ ଖବର ଦେଇଥିଲେ ଓ ଆହତ କର୍ମଚାରୀଙ୍କୁ ନିଜ କାର୍‌ରେ ବଡ଼ବିଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ। ଖବର ପାଇ ବଡ଼ବିଲ ପୋଲିସ୍ ସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରି ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ପୋଲିସ୍ ପକ୍ଷରୁ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।

powered by social2s