ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ଵାର ରଜକଣା ନିକଟରେ ଟ୍ୟାଙ୍କର୍ ସହ ପିଟିହେଲା ବୋଲେରୋ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡିଭାଇଡର୍କୁ ଡେଇଁ ଟ୍ୟାଙ୍କର୍ ସହ ପିଟି ହୋଇଥିଲା ବୋଲେରୋ । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅନ୍ତର୍ଗତ ସିଂଘିଯୁବା ନିକଟରେ ବ୍ରିଜ୍ରୁ ଖସିଲା ବସ୍। ଦୁର୍ଘଟଣାରେ ୧୦ ଯାତ୍ରୀ ଗୁରୁତର ଓ ୩୦ରୁ ଅଧିକ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ବରଗଡ଼ର ଦିପ୍ତିପୁର ଯାଉଥିଲା ବସ୍। ଭାରସାମ୍ୟ ହରାଇ ବସ୍ଟି ଦୁର୍ଘଟଣା ହୋଇଥିବା ସୂଚନା ।
powered by social2s

