ଓଡ଼ିଶାରେ ୪ ରୁ ୫ ଗୁଣା ବଢ଼ିବ କୋଭିଡ ବେଡ଼ ସଂଖ୍ୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶାରେ କୋଭିଡ ବେଡ଼ ସଂଖ୍ୟା ୪ ରୁ ୫ ଗୁଣା ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଏହାସହ ୨ ଗୁଣା ବଢାଯିବ ଆଇସିୟୁ ବେଡ଼। ସେହିଭଳି ୬ % ବଢାଯିବ ଅକ୍ସିଜେନ ସପୋଟ ଥିବା ବେଡ ସଂଖ୍ୟା। ଅକ୍ସିଜେନ ସିଲିଣ୍ଡର ୧୦ ଗୁଣା ବଢାଯିବ ବୋଲି ମିଶ୍ର କହିଛନ୍ତି। ଏବେ ୨୫ ପ୍ରତିଶତ ବ୍ୟବହାର ହେଉଛି ସାଧାରଣ ବେଡ଼। ୬୦% ବ୍ୟବହାର ହେଉଛି ଆଇସିୟୁ ବେଡ଼। ସେହିଭଳି ୧୮% ଭେଣ୍ଟିଲେଟର ମଧ୍ୟ ବ୍ୟବହୃତ ହେଉଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ବେଡ଼ ସମସ୍ୟା ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

powered by social2s