ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଏକ ସଡ଼କ ସୁରକ୍ଷା ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ବର ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିଜୟରାମ ଜେନା ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥଟିଲା | ଏଥିରେ ଅବସର ପ୍ରାପ୍ତ ଉପ ଆରକ୍ଷୀ ଆୟୁକ୍ତ ( Traffic) ଶ୍ରୀ କୃଷ୍ଣ ଚନ୍ଦ୍ର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସେ ସଡକ ସୁରକ୍ଷା ସଂକ୍ରାନ୍ତୀୟ ବିଭିନ୍ନ ନିୟମ ସଂକ୍ରାନ୍ତ ରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ | ସେ ମଧ୍ୟ ତାଙ୍କର ଦୀର୍ଘ ୩୦ ବର୍ଷ ର ସେ ସଙ୍କେତରନ୍ତିୟ ଅଭିଜ୍ଞାତା ସମସ୍ତ ଙ୍କ ସମ୍ମୁଖ ରେ ବ୍ୟାଖ୍ୟା କରିଥିଲେ | ଏହି ସଭା ରେ ଅନ୍ୟତମ ଅଥିତି ଭାବରେ ଶ୍ରୀ ବିଶ୍ୱ ମୋହନ ଜେନା, ଉଛ ମାଧ୍ୟମିକ ପରିଷଦ, ଓଡିଶା ର ଜାତୀୟ ସେବା ଯୋଜନା (NSS ) ସଂଯୋଜକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସଚେତିତ କରିଥିଲେ | ଅନ୍ୟତମ ଅତିଥି ଭାବେ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା Forum for Prevention of Road Accident ଯୋଗ ଦେଇ ସମମସ୍ତଙ୍କୁ ସଚେତନତା ର ବାର୍ତ୍ତା ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ସୁଶ୍ରୀ ଅସୀମା ଦାସ, ଜାତୀୟ ସେବା ଯୋଜନା (NSS ) ସଂଯୋଜିକା ସଂଯୋଜନା କରିଥିଲେ | ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ |

powered by social2s