ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ, ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ଜଣେ ପ୍ରଚଣ୍ଡ ବାଗ୍ମୀ, କୃତିବାସ ପାଣିଗ୍ରାହୀ ଆଉ ନାହାନ୍ତି। ଦୀର୍ଘ ଅଠାନବେ ବର୍ଷର ସଫଳ ଜୀବନ ଅତିବାହିତ କରି ଡିସେମ୍ବର ୩ ତାରିଖ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଏକାଧାରରେ ଥିଲେ ଶ୍ରେଷ୍ଠ ଶିକ୍ଷକ, ସୁଲେଖାକ, ଭଲ କବିଟିଏ, ଜଣେ ସୁସଂଗଠକ, ସ୍ନେହୀ, ଉପକାରୀ, ସର୍ବୋପରିଖୁବ ଭଲ ମଣିଷଟିଏ। ତାଙ୍କ ହାତ ତିଆରି ଅନେକ ଛାତ୍ରୀଛାତ୍ର ଦେଶ ବିଦେଶରେ ଖୁବ ସୁନାମ ଅର୍ଜନ କରିଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କୁ କେହି ଜଣେ ହେଲେ ଭୁଲି ନାହାନ୍ତି। ଯେତେ ପର୍ବ ହେଉ ବାହାଘର, ଜନ୍ମଦିନ, କିମ୍ବାନୁଷ୍ଠାନର ବାର୍ଷିକ ଉତତ୍ସବରେ ତାଙ୍କୁ ଆଗ ସମ୍ମାନ ର ସହିତ ନିମନ୍ତ୍ରଣ କରିଥାନ୍ତି। ତାଙ୍କ ଭଳି ବ୍ୟକ୍ତିତ୍ୱ, ମୁଖିଆ, ସ୍ନେହୀ, ବିନା ବାଧାରେ ସମସ୍ତଙ୍କୁ ସାହାଯ୍ୟ କରିବା, ସର୍ବୋପରି ଛାତ୍ର ଗଠନର ଯେଉ ଅସାମାନ୍ୟ କଳା, ଆଉ କାହାଠାରେ ଦେଖିବା ନାହିଁ। ତାଙ୍କର ପବିତ୍ର ଆତ୍ମାକୁ ଶାନ୍ତି ପ୍ରଦାନ ପାଇଁ କାମନା କରିଛନ୍ତି ଛାତ୍ରୀଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗୋବିନ୍ଦପୁର ଗ୍ରାମବାସୀ।
ବିଶିଷ୍ଟ ଶିକ୍ଷାବିତ କୃତିବାସ ପାଣିଗ୍ରାହୀଙ୍କ ପରଲୋକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

