"ଟେକ୍ ଇନ୍ ଟୁରିଜମ୍" ଟେକ୍ନୋଲୋଜି ଆଧାରିତ ଆୟୋଜନରେ ନୂଆ ଦୃଷ୍ଟିକୋଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜି ଭୁବନେଶ୍ଵରରେ “ଟେକ୍ ଇନ୍ ଟୁରିଜମ୍" ନାମକ ଆଲୋଚନାଚକ୍ର ରେଟ୍ରଡ୍ ଦ୍ବାରା ସଫଳତାର ସହିତ ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନ କ୍ଷେତ୍ରରେ ଟେକ୍ନୋଲୋଜି ର ବ୍ୟବହାର ଓ ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଭାବ, ନୂଆ ପ୍ରବନ୍ଧନ ପ୍ରଣାଳୀ ଓ ଟେକ୍ନୋଲୋଜିର ବୃହଦ୍ ସମ୍ଭାବନା ବିଷୟରେ ଆଲୋଚନା କରିବା। କାର୍ଯ୍ୟକ୍ରମର ମୁଖ୍ୟ ଆକଷଣ ଥିଲା ପର୍ଯ୍ୟଟନ ମେନେଜମେଣ୍ଟରେ ଏଆଇ ଓ ଡାଟା ଅଟୋମେସନର ଭୂମିକା, ସ୍ଥାନୀୟ ପର୍ଯ୍ୟଟନ ଉଦ୍ୟମୀ, ଟେକ୍ ସ୍ଟାଟଅପ୍ ଓ ନୀତିନିର୍ଦ୍ଦେଶକଙ୍କ ଅଂଶଗ୍ରହଣ ପର୍ଯ୍ୟଟକ ଅନୁଭବ ବୃଦ୍ଧି ପାଇଁ ନୂତନ ସଫ୍ଟୱେର ସମାଧାନ ଓ ଡିଜିଟାଲ୍ ପ୍ଲାଟଫମର ପ୍ରଦଶନ,ବିଭିନ୍ନ ବିଶେଷଜ୍ଞଙ୍କ ଦ୍ବାରା ପ୍ୟାନେଲ୍‌ ଆଲୋଚନା। ଆଜିର ‘ଟେକ୍ ଇନ୍ ଟୁରିଜମ୍' କାର୍ଯ୍ୟକ୍ରମକୁ ବିଶିଷ୍ଟ ଅତିଥିମାନେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ — ଶ୍ରୀ ସିଧାନ ମହାପାତ୍ର (ବିଧାୟକ, ଦିଗପହଣ୍ଡି), ଶ୍ରୀ ଦେବାଶିଷ ପଟ୍ଟନାୟକ (ଡିରେକ୍ଟର, କ୍ରାଉନ୍ ଏବଂ ଡାଲେମା ହୋଟେଲ୍‌ ଚେନ୍), ଶ୍ରୀ ଏ. କେ. ମହାନ୍ତି (ଏମ୍.ଡି. ଏବଂ ସ୍ଥାପକ, ଚନ୍ଦ୍ର ଟେକ୍ନୋଲୋଜିଜ୍) ଏବଂ ଶ୍ରୀ ନଚିକେତା ଦାସ (ଏମ୍.ଡି., ମଲ୍ ଆଇକ୍ୟୁ ଆଇ. ଏନ. ସି.). ଆୟୋଜକ ରେଟ୍ରଡ୍ ର ପ୍ରତିଷ୍ଠାତା ଶ୍ରୀ ପ୍ରଭାତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍‌ଘାଟନ ସମାରୋହରେ ପର୍ଯ୍ୟଟନ ଶିଳ୍ପରେ ଟେକ୍ନୋଲୋଜିର ମହତ୍ତ୍ୱ, ନୂତନ ନବୀନତାର ସମ୍ଭାବନା, ଏବଂ ଶିଳ୍ପ-ସଂସ୍ଥା ସହଯୋଗର ଆବଶ୍ୟକତା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେମାନଙ୍କର ଉଦ୍ୟୋଧନ ଏହି କାର୍ଯ୍ୟକ୍ରମକୁ ଅଧିକ ଗଭୀରତା, ପ୍ରେରଣା ଓ ଅଥବୋଧ ପ୍ରଦାନ କରିଲା। ଏହାପରେ ପର୍ଯ୍ୟଟନର ଭିନ୍ନ ଭିନ୍ନ ଦିଗ ଓ ଉନ୍ନତି ସମ୍ବନ୍ଧରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନାରେ ବିଶିଷ୍ଟ ବ୍ୟକ୍ତିବିଶେଷ ଯଥା ତ, କାମାକ୍ଷା ଦାସ, ପଙ୍କଜ ମତଓ୍ବାନୀ, ସତ୍ୟବ୍ରତ ସାନୁ ରଥ, ଡ. ଅର୍ଦ୍ଧନା ରଥ, ମାନସ ବେହେରା, ଆଶୁତୋଷ କର, ଅଦିତ ଜେନା ତଥା ପର୍ଯ୍ୟଟନ କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦେଇ ପର୍ଯ୍ୟଟନ ର ବିଭିନ୍ନ ଦିଗ ଓ ସମ୍ଭାବନା ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପରେ ଟେକ୍ନୋଲୋଜିର ବିସ୍ତାର, ନୂଆ ସହଯୋଗ, ଏବଂ ଡିଜିଟାଲ୍ ରୂପାନ୍ତର ପାଇଁ ନୂତନ ଅବସର ତିଆରି ହେବ ବୋଲି ଆଶା କରାଯାଉଛି।

powered by social2s