ଜଟଣୀ:(ଶୁଭେନ୍ଦ୍ର ଶତପଥୀ) ତ୍ରୟୋବିଂଶ ତମ ଜଟଣୀ ପୁସ୍ତକ ମେଳା ରବିବାର ଟାଉନ୍ ହଲ୍ ପରିସରରେ ଉଦଘାଟିତ ହୋଇଯାଇଛି l ପୁସ୍ତକମେଳାର କାର୍ଯ୍ୟବାହ ସଭାପତି ଜବାହରଲାଲ ସୁବୁଦ୍ଧି ସଭାରେ ଅଧ୍ୟକ୍ଷତା କରିଥିଲେ l ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ପୁସ୍ତକ ମେଳା କୁ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ଼. ପ୍ରସନ୍ନ କୁମାର ସ୍ବାଇଁ, ସମ୍ମାନୀତ ଅତିଥି ଭାବେ ଡ଼. ପ୍ରମୋଦ କୁମାର ଦାଶ ଯୋଗ ଦେଇଥିଲେ l ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ଦେଇଥିଲେ l ପୁସ୍ତକ 'ଦିବ୍ୟ ଝର' 'ପଦ୍ମ ପାଖୁଡ଼ା' ଏବଂ 'ବାପାଙ୍କ କାହାଣୀ' ଉନ୍ମୋଚିତ ହୋଇଥିଲା l ଡ. ଶଶି ରଥ, ଆଦି ନାରାୟଣ ଖଣ୍ଡୁଆଳ, ସୁନିଲ ରାଉତରାୟ, ଡ. ସୁକାନ୍ତ କୁମାର ରାଉତ, ଅଧ୍ୟାପକ ଡ. ଅଜୟ କୁମାର ବିଶ୍ବାଳ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ l ଡ. ରଶ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ୭ଦିନ ଧରି ପୁସ୍ତକ ମେଳା ହେବ l
powered by social2s

