ଭୁବନେଶ୍ବର: ଡିସେମ୍ବର ୮ ତାରିଖ ବିଶ୍ବ ଶିଳ୍ପୀ ଦିବସ ଉପଲକ୍ଷେ ଓଡ଼ିଶା ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀ ଓ କଳିଙ୍ଗ ଚାରୁ କଳା ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ୪୦ ଜଣ ଯୁବ ଚିତ୍ର ଶିଳ୍ପୀଙ୍କୁ ନେଇ ଚିତ୍ର ଶିବିର ସହିତ ନୃତ୍ୟ, ସଙ୍ଗୀତ, ଓ ଅଭିନୟ ଆଦି ପରିବେଷଣ କରାଯାଇଥିଲା । ବିଶିଷ୍ଟ ଚିତ୍ର ଶିଳ୍ପୀ ରଘୁନାଥ ସାହୁଙ୍କ ଉପରେ ନିର୍ମତ ଏକ ଚଳ ଚିତ୍ର ପ୍ରଦଶ୍ରିତ କରାଯାଇଥିଲା । ଏଥିରେ ବରିଷ୍ଠ ସଂସ୍କୃତି ସମୀକ୍ଷକ ଦିଲୀପ ହାଲି, ଗ୍ୟାଲେରୀର ପ୍ରତିଷ୍ଠାତା ତାରକାନ୍ତ ପରିଡ଼ା, କଳିଙ୍ଗ ଚାରୁ କଳା ମହାବିଦ୍ୟାଳୟର ଅଧ୍ୟାପିକା ଚିତ୍ରା ମିଶ୍ର ଓ ଅଧ୍ୟାପକ ମନୋରଞ୍ଜନ ଦାସ, ଦୁସମନ୍ତ କୁମାର ମୁଖୀ ଓ ସୁବ୍ରତ ମହାନ୍ତି ପ୍ରଭୃତି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶିଳ୍ପୀ ଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉଶ୍ଚବରେ ଭାଗ ନେଇଥିବା ସମସ୍ତ ଯୁବ କଳାକାର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା
powered by social2s

