ଭୁବନେଶ୍ୱର: ଆଜି ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା। ଏପ୍ରିଲ ୨୪ ରେ ଶ୍ରୀ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା। ଆଜିଠୁ ଏପ୍ରିଲ ୨୪ ପର୍ଯ୍ୟନ୍ତ ଯାତାୟତ ଉପରେ କଟକଣା ଲଗାଇଲା କମିଶନରେଟ ପୋଲିସ। କଟକଣା ନ ମାନିଲେ ୫୦୦, ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ରଥ ରୋଡ଼ ରେ କୋୖଣସି ଯାନବାହନ ଯିବା ଆସିବା କରିବାକୁ ଅନୁମତି ଦିଆଯିବ ନାହିଁ। ମାଉସୀମା ଛକ ଠାରୁ ମ୍ୟୁଜିଅମ ଛକ ଆଡ଼କୁ ଯାଇହେବ। ବିବେକାନନ୍ଦ ମାର୍ଗ ରାସ୍ତା ରେ ମଧ୍ୟ ଯିବା ଆସିବା କରିହେବ। ରଥ ରୋଡ଼ ର କୌଣସି ଗଳିରେ ଯାନବାହାନ ଯିବା ଆସିବା ମନା। ବାରିକ ସାହି, ମହାରଣା ସାହି, ଗୋସାଗରେଶ୍ୱର ସାହି ଗଳି କୁ ବନ୍ଦ କରାଯାଇଛି। ସେହିପରି ଶୀତଳଷଷ୍ଠୀ ଛକ, ତିନିମୁଣ୍ଡିଆ ଛକ ଓ ହରଚଣ୍ଡୀ ଛକ ଗଳି ବନ୍ଦ ରହିଛି। ମୁନା ମେଡିକାଲ, ପୁନାମା ଗେଟ ପଟେ ଥିବା ଗଳି ମଧ୍ଯ ବନ୍ଦ ରହିଛି। ରଥ ରୋଡ଼ ସହ ସଂଯୋଗ କରୁଥିବା ଗଳି ବି ବନ୍ଦ କରାଯାଇଛି। ରଥଖଳା ଠାରୁ ଯାନବାହନ ଯିବା ଆସିବା ବନ୍ଦ ହେବ। ବାଟ ମହାଦେବ ମନ୍ଦିର ପଟରୁ ଯିବା ଆସିବା କରିହେବ। ବିଏମସି ମାର୍କେଟ କମ୍ପ୍ଲେକ୍ସ ଦେଇ ଯିବା ଆସିବା କରିହେବ। ବିନ୍ଦୁ ସାଗର ରାସ୍ତାରେ ମଧ୍ୟ ଯିବା ଆସିବା କରିବା ପାଇଁ ଅନୁମତି ରହିଛି।
ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ଯାତାୟତ ଉପରେ ଲାଗିଲା କଟକଣା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

