ଭଦ୍ରକରେ ପୋଲିସର ଏନକାଉଣ୍ଟର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। ଲୁଟ୍‌ ପାଇଁ ସୋରରୁ ଆସି ଚରମ୍ପାରେ ବୁଲୁଥିଲେ ୨ ଯୁବକ। ଖବର ପାଇ ୨ ଯୁବକକୁ କାବୁବେଳେ ଜଣଙ୍କୁ ଏନକାଉଣ୍ଟର କରାଯାଇଛି। ଅପରାଧୀ କମଳାକାନ୍ତ ଦାସର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଅନ୍ୟ ଜଣେ ଫେରାର ହୋଇଥିବା ସୂଚନା। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛି କମଳାକାନ୍ତ। ନମ୍ବର ନଥିବା କଳା ପଲସର୍‌ରେ ଵୁଲୁଥିବା ବେଳେ ଏନ୍‌କାଉଣ୍ଟର ହୋଇଛି । ଟାଉନ୍ ପୋଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଗୁଳିମାଡ଼ କରିଥିଲା। ଭଦ୍ରକ ଓ ବାଲେଶ୍ବରରେ କମଳା ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି। କିଛି ଦିନ ତଳେ ଖଇରା ନିକଟରୁ ଫାୟାରିଂ କରି ୧୫ ଲକ୍ଷ ଲୁଟି ନେଇଥିଲା କମଳାକାନ୍ତ । ସୋରରେ ବି ଫାୟାରିଂ କରି ୫ ଲକ୍ଷ ଟଙ୍କା ଲୁଟି ନେଇଥିଲା।

powered by social2s