ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ବର ୟୁନିଟ୍ ୪ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ଫାଇନ୍ କାଟିଲେ ମେୟର ସୁଲୋଚନା ଦାସ। ୟୁନିଟ୍ ୪ ମାଛ ମାର୍କେଟ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଚଢ଼ାଉ ଓ ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ୍ କାଟିଲେ ମେୟର। ଅଳିଆ ଗଦାଇବା ପାଇଁ ବିଭିନ୍ନ ହୋଟେଲ୍, ଅଟୋ ୱାର୍କସପ୍ ଓ ଶିକ୍ଷାନୁଷ୍ଠାନକୁ ଫାଇନ୍ କରାଯାଇଛି। ବାହାରେ ବା ରାସ୍ତାରେ ଅଳିଆ ନଗଦେଇ ରାସ୍ତାଘାଟ ସଫା ରଖିବାକୁ ସଚେତନତା ଆବଶ୍ୟକ ବୋଲି କହିଛନ୍ତି ମୟର ।
powered by social2s

