ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବିଳମ୍ବିତ ରାତିରେ ୪ ମନ୍ଦିରରୁ ଚୋରି ହୋଇଛି। ଛତ୍ରପୁର ନୂଆ ପୋଲିସ ଲାଇନ୍ ସ୍ଥିତ ସାଇ ମନ୍ଦିରରୁ ରୂପା ମୁକୁଟ ସହ ରୂପା ପାଦ ଲୁଟିନେଲେ ଦୁର୍ବୃତ୍ତ। ଗଣେଶ ମନ୍ଦିରରୁ ରୂପା ମୁକୁଟ ଲୁଟ୍ ହୋଇଥିବା ଜଣାପଡ଼ିଛି। ସେହିପରି ବିରେଶ୍ୱର ମନ୍ଦିରରୁ ରୂପା ନାଗ ଚୋରି ହୋଇଛି। କେନ୍ଦୁଝର ଜିଲ୍ଲା ଭୁବନ ତହସିଲ ଅନ୍ତର୍ଗତ ଅନନ୍ତପୁର ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ମଧ୍ଯ ଦାନ ହୁଣ୍ଡି ସହ ଠାକୁରଙ୍କ ସୁନା ଅଳଙ୍କାର ନେଇଗଲେ ଚୋର।
powered by social2s

