ଭୁବନେଶ୍ବର: ଗତ ଶୁକ୍ରବାର (୧୯ ଡିସେମ୍ବର ୨୦୨୫) ଚନ୍ଦକା ପାଖ ଝୁମୁକା ରିସର୍ଟରେ ହୋଇଥିବା ଏକ ବଡ ଧାରଣର ମେଳିର ରାଜନୈତିକ ବାର୍ତ୍ତା କ'ଣ? ଯଦିଓ କେହି କିଛି ପ୍ରତ୍ଯେକ୍ଷ ଭାବେ କିଛି କହି ନ ଥିଲେ, ଇଂରାଜିରେ ଗୋଟିଏ ପଦ ଅଛି, ‘Reading Between the Lines’ ଯାହା ସବୁ ରାଜନୈତିକ ସମୀକ୍ଷକ କରିଥାନ୍ତି। ରାଜନୈତିକ ବୟାନବାଜିରେ ଅନେକ ସମୟରେ ଯେତେ କଥା ନେତା କହିଥାନ୍ତି, ତାଠୁ ଅଧିକ କିଛି ଲୁଚାଇଛନ୍ତି। ଝୁମୁକା ମେଳିରେ ବି ଅନେକ ଅସମାହିତ ପ୍ରଶ୍ନ ରହିଯାଇଛି, ତାହା ହେଲା, ଏହି ବଣଭୋଜିର ଆୟୋଜକ କିଏ ବା କାହାର ପୃଷ୍ଠପୋଷକତାରେ ହୋଇଥିଲା, ଏହାର ଉଦ୍ଦେଶ୍ୟ କ'ଣ ଥିଲା ଏବଂ ଏହାର ଫଳାଫଳ କ'ଣ ବାହାରିଲା। ପ୍ରଥମ ପ୍ରଶ୍ନ ହେଲା, କିଏ ଏହାର ଆୟୋଜକ ଥିଲେ। ସେଠାରେ ଉପସ୍ଥିତ ମଣ୍ଡଳୀକୁ ପର୍ଜ୍ଯାଲୋଚନା କଲେ କେବଳ ଗୋଟିଏ ମାତ୍ର ସଂଯୋଗ ହେଉଛି, ସମସ୍ତେ ଗତ ନିର୍ବାଚନରେ ପରାଜୟ ହୋଇଥିଲେ କିମ୍ବା ପୂର୍ବତନ ବିଧାୟକ ଯେଉଁମାନେ ୨୦୨୪ରେ ଟିକେଟ ପାଇ ନ ଥିଲେ। ଏହା ଛଡା ଆଉ କିଛି ସାମଞ୍ଜସ୍ଯ ନାହିଁ। ଏହି ମେଳିରେ ମୁଖ୍ଯତଃ ତିନି ବର୍ଗର ନେତା ଯୋଗ ଦେଇଥିଲେ, ପ୍ରଥମ ହାରୁ ନେତା ଯେଉଁମାନେ ଉତ୍ତରାଧିକାର ସୂତ୍ରରେ ୨୦୨୪ ପୂର୍ବରୁ ଜିତୁଥିଲେ ଏବଂ ଦଳରେ ପ୍ରଭାବ ମଧ୍ୟ ଥିଲା। ଦ୍ଵିତୀୟ, ଯେଉଁମାନେ ୨୦୨୪ରେ ଟିକଟ ପାଇ ନଥିଲେ, କିନ୍ତୁ ଦଳରେ ପତିଆରା ଥିଲା। ତୃତୀୟରେ ଯେଉଁମାନେ ବିଜୁ ଜନତା ଦଳରେ ଅଧିକ ସୁଯୋଗ ପାଇ ନ ଥିଲେ ବି ସୁନେଲି ଭବିଷ୍ୟତର ସ୍ଵପ୍ନ ଦେଖୁଥିଲେ। ଯଦି ସବୁ ହରା ନେତାଙ୍କୁ ନିମନ୍ତ୍ରଣ ଯାଇଥିଲା ତେବେ ବବି ଦାସ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ କାହିଁକି ଅନୁପସ୍ଥିତ ଥିଲେ? ତେଣୁ ଯେଉଁ ୬୦ ରୁ ୭୦ ଜଣ ଉପସ୍ଥିତ ଥିଲେ, ସେଥିରୁ ଅଧିକାଂଶ ପାଣ୍ଡିଆନଙ୍କ ବୋରୋଧୀ ସ୍ଵର ଥିଲେ, କିନ୍ତୁ ତା ଭିତରେ ଅଳ୍ପ କିଛି ପଣ୍ଡିଆନ-ବିରୋଧୀ ସ୍ଵର ଥିଲେ। ତେଣୁ, ନିଶ୍ଚିତ ଭାବେ ଏହା ଯୁବ ପୂର୍ବତନ ବିଧାୟକ ଗୋଷ୍ଠୀଙ୍କ ଦ୍ଵାରା ଆୟୋଜିତ କରଯାଇଥିଲା। ବୋଧହୁଏ, ଏହାର ସୁରାକ ପାଇ କିଛି ପଣ୍ଡିଆନ ସ୍ଵରଙ୍କୁ gate crash ମାଧ୍ୟମରେ ସେଠାକୁ ପଠାଯାଇଥିଲା। ଦ୍ଵିତୟ, ପ୍ରଶ୍ନ ହେଉଛି ଏହାର ଉଦ୍ଦେଶ୍ୟ କ'ଣ ଥିଲା। ଗୋଟିଆ କଥା ସ୍ପଷ୍ଟ ଯେ ସେମାନେ ସେଠାରେ ଭୁବନେଶ୍ବର କି ଓଡ଼ିଶାର ପାଣିପାଗ ବିଷୟରେ ଆଲୋଚନା କରିବା ପାଇଁ ଏକତ୍ରିତ ହୋଇ ନ ଥିଲେ। ନିଶ୍ଚିତ ଭାବେ ଓଡିଶାର ରାଜନୈତିକ ପାଣିପାଗ ବିଷୟରେ ଆଲୋଚନା କରିବା ପାଇ ଏକତ୍ରିତ ହୋଇଥିଲେ। ବର୍ଷଶେଷ ଭୋଜି କେବଳ ଏକ ବାହାନା ଥିଲା। କିନ୍ତୁ, ବୋଧହୁଏ, ପଣ୍ଡିଆନ ସମର୍ଥକଙ୍କ ଉପସ୍ଥିତିରେ ଆଲୋଚନା ଖୋଲା ଖୋଲି ହୋଇ ପରି ନ ଥିଲା। କିନ୍ତୁ, ପଣ୍ଡିଆନ ସମର୍ଥକ ସ୍ଵର କ'ଣ କରୁଥିଲେ। ଯଦିଓ, ଖୋଲା ଖୋଲି ଭାବେ କିଛି ବାହାରକୁ ଆସି ନାହିଁ, ଆଗାମୀ ଡିସେମ୍ବର ୨୬ ତାରିଖ ବିଜେଡିର ପ୍ରତିଷ୍ଠା ଦିବସକୁ ଦ୍ରୁଷ୍ଟିରେ ରାଖୀ ବୋଧ ହୁଏ ପଣ୍ଡିଆନ ସମର୍ଥନମାନେ ପରୋକ୍ଷ ଭାବେ ହେଉ ସୁଦ୍ଧା, ସମ୍ଭାବ୍ୟ ଉତ୍ତରାଧିକାରୀ ବିଷୟରେ ନେତାଙ୍କର ମତିଗତି ବିଷୟରେ ଜାଣିବାକୁ ଚେଷ୍ଟା କରିଥିବେ। କାରଣ, ଭୋଜି ସାରି ବାହାରକୁ ବାହାରୁଥିବା ବିଭିନ୍ନ ନେତାଙ୍କ ଟୀକା ଟିପ୍ପଣୀ ଶୁଣିଲେ ମନେ ହେଉଥିଲା ଯେ ପଣ୍ଡିଆନ ବିରୋଧସ୍ଵର ନିଶ୍ଚିତ ଭାବେ ଅଧିକ ଶାଣିତ ଥିଲା ଏବଂ ସମସ୍ତେ ପ୍ରାୟ ଏକ ସ୍ଵରରେ କହୁଥିଲେ ଯେ ସମସ୍ତ ନେତା ଏକ ମତ ଯେ ଦଳରେ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ଯ ଦିଆଯାଉ। କିନ୍ତୁ, ରାଜନୀତିରେ ଆଉ ଗୋଟିଏ ଅଛି optics, ଅର୍ଥାତ୍ ଶକ୍ତି ପ୍ରଦର୍ଶନ ମାଧ୍ୟମରେ ଶୀର୍ଷ ନେତୃମଣ୍ଡଳୀଙ୍କୁ ବିନା କିଛି କହି ବାର୍ତ୍ତା ଦେବା। ଏବଂ ଏହି ମେଳି ଠିକ୍ ସେଇୟା ହିଁ କରିଛି। ଏହା ଶୀର୍ଷ ନେତୃତ୍ଵକୁ ପରୋକ୍ଷ ଭାବେ ଜଣାଇ ଦେଇଛି ଯେ ଓଡିଶାର ପ୍ରାୟ ସବୁ ଅଞ୍ଚଳରୁ ନେତାମାନେ ଏକଜୁଟ ଅଛନ୍ତି, ଏବଂ ସେମାନଙ୍କୁ କୋଣଠେଷା କଲେ କିମ୍ବା ଦଳୀୟ ମତ ଆଧାରରେ ଯଦି ନେତୃତ୍ଵ ବିଷୟରେ ନିଷ୍ପତ୍ତି ନିଆ ନ ଯାଏ, ତେଣୁ ସେମାନେ ସାମୁହିକ ଭାବେ ନିଜ ଭବିଷ୍ୟତ ପାଇଁ କୌଣସି ବି ନିଷ୍ପତ୍ତି ନେଇ ପାରିବେ। କାରଣ, ରାଜୁ ଦାସ ସ୍ପଷ୍ଟ ଭାବେ କହିଥିଲେ ଯେ ସେମାନଙ୍କର ଆଉ କିଛି ହରାଇବାର ନାହିଁ, ଅର୍ଥାତ ଯାହାକୁ ଇଂରାଜିରେ କୁହାଯାଏ, ‘They have nothing to lose’। ଆଉ ଗୋଟିଏ କଥା ଲକ୍ଷ୍ୟ କରିବାର ଅଛି ଯେ ଏହି ପ୍ରାୟ ସମସ୍ତ ନେତା ନିଜ ସଂଗଠନ ଅପେକ୍ଷା ନବୀନ ପଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ନିର୍ବାଚିତ ହୋଇ ଆସିଛନ୍ତି। ଯଦି, ନବୀନ ପଟନାୟକ ପ୍ରତ୍ଯେକ୍ଷ ଭାବେ ଦଳରର ସର୍ବେସର୍ବା ନ ରୁହନ୍ତି, ତେବେ ନିଜ ନିଜ ନିର୍ବାଚନମଣ୍ଡଳୀରେ ନିଜର ସ୍ଥିତି ସଙ୍ଗିନ ହୋଇଯିବ। ଏହି କଥାକୁ ମୋକିମଙ୍କ ବିଦ୍ରୋହ ଏବଂ ମୋକିମ-ବିଜୟ ମହାପାତ୍ରଙ୍କ ଭେଟ୍-ଘାଟ୍ ରୁ ଅଲଗା କରି ଦେଖିହେବ ନାହିଁ। କାରଣ, ବର୍ତ୍ତମାନ ରାଜ୍ୟରେ ଏକ ଜନମତ ସୃଷ୍ଟି ହୋଇଗଲାଣି ଯେ ଆଉ ଏକ ଓଡିଆଙ୍କ ଦ୍ଵାରା ପରିଚାଳିତ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି। କିନ୍ତୁ, ଏହାର ସଫଳତା କେତେ ହେବ ତାହା ସମୟ ହିଁ କହିବ। କିନ୍ତୁ, ଯେଉଁ ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ଯେ ଆଗରୁ, ବିଶେଷ ଭାବେ ନବୀନ ପଟନାୟକ ଯେତେବେଳେ କିଛି ତୁଙ୍ଗ ନେତାଙ୍କୁ ବାହାର କରିଥିଲେ, ସେମାନେ ବି ଅଲଗା ରାଜନୈତିକ ଦଳ ଗଠନ କରିଥିଲେ, କିନ୍ତୁ ତାହାର ପ୍ରଭାବ କିଛି ନ ଥିଲା, ତେଣୁ ଆଉ ଗୋଟିଏ ରାଜନୈତିକ ଦଳ ହେଲେ ଏହାର ବି କିଛି ପ୍ରଭାବ ପଡିବ ନାହିଁ। କିନ୍ତୁ, ବୋଧହୁଏ ଏହି ମେଳିରେ ଥିବା ନେତାମାନେ ହିସାବ କିତାବ କରିସାରିଛନ୍ତି ଯେ ସେତେବେଳେ ସମୟ ଅଲଗା ଥିଲା, ନବୀନ ପଟନାୟକ ତାଙ୍କ ସଫଳତାରେ ଚରମସୀମାରେ (peak point) ଥିଲେ। କିନ୍ତୁ, ଏଥରର ପରିସ୍ଥତି ଅଲଗା। କେବଳ ବିଜେଡି ବିରୁଦ୍ଧରେ ନୁହେଁ, ଏପରିକି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ସମବେଦନା କମ୍ ହେବାରେ ଲାଗିଛି। ତେଣୁ, ଯଦି ଆସନ୍ତା କିଛି ସମୟରେ ନବୀନ ପଟ୍ଟନାୟକ ପ୍ରତ୍ଯେକ୍ଷ ଭାବେ ଦଳର ନେତୃତ୍ଵ ନ ନିଅନ୍ତି, ତେବେ ବିଜେଡିର ଭୋଟ ବ୍ଯାଙ୍କ ଭାଗ ଭାଗ ହେବା ନିଶ୍ଚିତ। ତେଣୁ, ଯେଉଁ ଆଶା କରାଯାଉଥିଲା ଯେ ଏହି ବିଭାଜିତ ଭୋଟ୍ ର ସିଂହଭାଗ କଂଗ୍ରେସ ଆଡକୁ ଯିବ, ସେ ଆଶା ବି ମଳିନ ପଡିଯାଇଅଛି, କାରଣ ତାଙ୍କ ନିଜ ଦଳରେ ଅନ୍ତର୍ଦ୍ଵନ୍ଦ ଯୋଗୁଁ। ତେଣୁ, ଯଦି ଆଞ୍ଚଳିକ ଦଳରେ ଏମାନେ ଯୋଗ ଦିଅନ୍ତି, ହୁଏତ ତାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇ ପାରିବ। କାରଣ, ଯେହେତୁ ଏମାନେ ପ୍ରାୟ ସମସ୍ତେ ବିଜେପି ପ୍ରାର୍ଥୀଙ୍କ ଦ୍ଵାରା ପରାସ୍ତ ହୋଇଛନ୍ତି, ବିଜେପିରରେ ତାଙ୍କର ବେଶୀ କିଛି ସମ୍ଭାବନା ନାହିଁ। କଂଗ୍ରେସ ଏତେ ଦୁର୍ବଳରେ ସେଠାରେ ବି ସେମାନେ କୌଣସି ଭବିଷ୍ୟତ ଦେଖୁ ନାହାନ୍ତି। ତେଣୁ, ଏହି ମେଳିର ସବୁଠାରୁ ବଡ ଉଦ୍ଦେଶ୍ୟ ହେଉଛି, ନିଜ ଦଳର ସୁପ୍ରିମୋଙ୍କୁ ଜଣାଇବା ଯେ ଦଳ ଭିତରେ ତାଙ୍କୁ କୋଣ ଠେସା କରି ରଖି ହେବ ନାହିଁ, ଯଦି ତାଙ୍କୁ ଅଣଦେଖା କରାହୁଏ, ତେବେ ତାଙ୍କ ପାଖରେ ଅନ୍ୟ ବିକଳ୍ପ ଅଛି। ବଣଭୋଜିର ଫୋଟୋ ଭିଡିଓସବୁକୁ ବହୁଳ ଭାବେ ପ୍ରଚାର ପ୍ରସାର କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନବୀନ ନିବାସକୁ ବାର୍ତ୍ତାଦେବା, ଅନ୍ଯଥା ସେମାନେ ତାକୁ closed door meeting ଭାବେ କରି ପାରିଥାନ୍ତେ। କିନ୍ତୁ, ଯେଉପରି ଭାବେ college ରେ Welcome କିମ୍ବା Closing ଦିନ ଗୃପ ଫୋଟୋ ଉଠାଇ ସମସ୍ତଙ୍କୁ ବଣ୍ଟାଯାଏ, ଏମାନେ ମଧ୍ୟ ଠିକ୍ ସେଇୟା ହିଁ କରିଛନ୍ତି। ହୁଏତ, ଏ ପ୍ରକାର ଏକ ମେଳିପାଇଁ ନେତୃତ୍ଵ ପରିବର୍ତ୍ତନକୁ କିଛି ଦିନ ଆଡେଇ ଦିଆଯାଇପାରେ। ତେଣୁ, ଗୋଟିଏ କଥା ନିଶ୍ଚିତ ଯେ ଏହାକୁ strategically ଅତ୍ୟନ୍ତ ସଠିକ timingକୁ ନେଇ ଆୟୋଜନ କରାଯାଇଛି। ଆନୁଷ୍ଠାନିକ ଭାବେ କିଛି ନ କହି ବି ବହୁତ କଥା ନିଜ ଦଳର ମୁଖିଆ ଏବଂ ଦଳର କାରପଟାଦାରଙ୍କୁ ଜଣାଇ ଦିଆ ଯାଇଛି। ଆଉ ସେହି କଥାଟି ହେଉଛି, ‘ଦଳ ଭିତରେ All is not Well’। ଦଳରେ ସବୁ ଠିକ୍ ଚାଲିନାହିଁ। କିନ୍ତୁ, ପ୍ରଶ୍ନ ହେଉଛି ଧୃତରାଷ୍ଟ୍ର ମନର ଆଖି ଖୋଳିବେ ନା ସେମିତି ସବୁ ସମସ୍ଯାକୁ ଆଖିବନ୍ଦକରି ପୁତ୍ରମୋହରେ ଅନ୍ଧହୋଇ ବସିବେ।
'ଝୁମୁକା’ ମେଳିର ଅକୁହା ବାର୍ତ୍ତା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

