ଭୁବନେଶ୍ଵର : ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ ପାରମ୍ପରିକ “ଗୋଟିପୁଅ ସଂଗୀତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣତଃ ବନ୍ଦ ଅଡିଟୋରିୟମ୍ରେ ଏହିପରି କାର୍ଯ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ । ମାତ୍ର ପାରମ୍ପରିକ ସଂଗୀତ ପ୍ରତି ରୁଚି ରଖୁନଥିବା ଶ୍ରୋତାମାନେ ଏହାର ଆନନ୍ଦ ଉଠାଇ ପାରନ୍ତି ନାହିଁ । ସେମାନଙ୍କୁ ପାରମ୍ପରିକ ସଂଗୀତ ପ୍ରତି ଆକର୍ଷିତ କରିବା ପାଇଁ ଭୁବନେଶ୍ଵର ମ୍ୟୁଜିକ ସର୍କଲ ପକ୍ଷରୁ ପ୍ରତି ଶୀତ ଋତୁରେ ଦୁଇରୁ ତିନୋଟି କାର୍ଯ୍ୟକ୍ରମ ପାର୍କରେ ଆୟୋଜିତ ହୋଇଥାଏ । ଚଳିତ ଶୀତ ଋତୁରେ ମଧ୍ୟ ସର୍କଲର କାର୍ଯ୍ୟସୂଚୀ ଅନୁଯାୟୀ ୨୦ ଡିସେମ୍ବର ୨୦୨୫ ଏବଂ ୧୭ ଜାନୁଆରୀ ୨୦୨୬ ତାରିଖରେ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଅଛି। ଓଡିଶା ଶାସ୍ତ୍ରୀୟ ସଂଗୀତକୁ ଏକ ପୁରାତନ ଶାସ୍ତ୍ରୀୟ ଶୈଳୀ ଭାବେ ସ୍ଵିକୃତୀ ମିଳିଛି ଯାହାର ଐତିହ୍ୟ ଶତାବ୍ଦୀ ପୂର୍ବରୁ ଆରମ୍ଭ ହୋଇଛି | ସେଥିମଧ୍ୟରୁ ଏକ ପ୍ରମୁଖ ଶୈଳୀ ହେଉଛି ଗୋଟିପୁଅ ସଂଗୀତ । ଏହି ଶୈଳୀ ହଜାର ବର୍ଷ ପୂର୍ବରୁ ବିକଶିତ ହୋଇଥିଲା ଏବଂ ଏହା ପରମ୍ପରାଗତ ଭାବେ ଜଗନ୍ନାଥ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିରରେ ଗାୟନ କରାଯାଉଛି । ପ୍ରାକ୍-କିଶୋର ଅବସ୍ଥାରେ ଛୋଟ ପୁଅମାନଙ୍କୁ ଗୋଟିପୁଅ କୁହାଯାଏ ଯେଉଁମାନେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରନ୍ତି ଯାହା ଓଡିଶୀ ନୃତ୍ୟର ଏକ ପ୍ରମୁଖ ରୂପରେଖ। ଗୋଟିପୁଅମାନେ ଯୁବତୀଙ୍କ ଭଳି ପୋଷାକ ପିନ୍ଧି ଆକ୍ରୋବାଟିକ ନୃତ୍ୟ ପ୍ରଦର୍ଶନ କରନ୍ତି ଯେଉଁଥୁରେ ଜଟିଳ ଭଙ୍ଗୀମାନ ଦେଖାଯାଇଥାଏ। ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ଇନ୍ଦାଲକୁସିଆରୀ ଗାଁ ର ନିବାସୀ ଲିଙ୍ଗରାଜ ବାରିକ (ଦଳ ମୁଖ୍ୟ) ଏହି ଗୋଟିପୁଅ ସଂଗୀତ ଓ ସଂଶ୍ଳିଷ୍ଟ ନୃତ୍ୟକୁ ବଞ୍ଚାଇ ରଖିବା ପାଇଁ ନିଜ ଗାଁ ରେ ରହି କାର୍ଯ୍ୟ କରିଆସୁଥିବା ପାରମ୍ପରିକ ଗାୟକଙ୍କ ମଧ୍ୟରୁ ଜଣେ | ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ପ୍ରଶିକ୍ଷଣପ୍ରାପ୍ତ ଏବଂ ରାଜ୍ୟର ବିଭିନ୍ନ ସଂସ୍ଥା ତରଫରୁ ଅନେକ ଥର ସମ୍ମାନିତ ହୋଇଛନ୍ତି । ସେ ଭାରତ ସହିତ ବିଦେଶରେ ମଧ୍ୟ ଗୋଟିପୁଅ ସଂଗୀତ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଦଳର ମୁଖ୍ୟ ଲିଙ୍ଗରାଜ ବାରିକ (ମୁଖ୍ୟ ଗାୟକ) ଙ୍କ ସମେତ ଆଉଁବନ୍ଧୁ ବାରିକ (ସପୋଟିଂ ଗାୟକ), କୈଳାଶ ଚନ୍ଦ୍ର ବିଶ୍ଵାଳ(ମର୍ଦ୍ଦଳ), ବାବୁଲି ଭୂୟାଁ (ସପୋଟିଂ ଗାୟକ), ଶିବ ପ୍ରସାଦ ମହାପାତ୍ର (ମଞ୍ଜିରା) ଏବଂ ଜଗବନ୍ଧୁ ନାଏକ (ଭାଓଲିନ୍) ପ୍ରମୁଖ ଉପସ୍ଥିତ ଥିଲେ |
ଇନ୍ଦିରା ଗାନ୍ଧୀ ପାର୍କରେ ଭୁବନେଶ୍ବର ମ୍ୟୁଜିକ ସର୍କଲର ଗୋଟିପୁଅ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

