ଭୁବନେଶ୍ବର: ଏନ ଆଇ ଇ ଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟ ହେଉଛି ଏସିଆର ପ୍ରଥମ ଏବଂ ବିଶ୍ୱ ର ପଞ୍ଚମ ଶ୍ରେଷ୍ଠ ଇଭେଣ୍ଟ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ଯାହାକି ଅନ୍ୟ ପନ୍ଦର ଟି ରାଜ୍ୟ ସହିତ ଇଭେଣ୍ଟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ (ସ୍ୱୟଂ ଶାସିତ) ପାଠ୍ୟକ୍ରମରେ ଲିମକା ବୁକ୍ ଅଫ୍ ରେକର୍ଡରେ ତାଲିକାଭୁକ୍ତ | ଓଡିଶା ରେ ଏହା ହେଉଛି ଏକ ମାତ୍ର ଇଭେଣ୍ଟ ଇନଷ୍ଟିଚ୍ୟୁଟ୍ | ଛାତ୍ର ଛାତ୍ରୀ ମାନଙ୍କୁ ବହି ଏବଂ ଷ୍ଟଡି ମ୍ୟାଟେରିଏଲସ ଯୋଗାଇ ଦେବା ସାଙ୍ଗରେ, ସର୍ବ ଶ୍ରେଷ୍ଠ ଇଭେଣ୍ଟ ଏବଂ କାର୍ଯ୍ୟ କ୍ରମ ରେ ସୁଯୋଗ ଦିଆଯାଇ ଥାଏ | ଇଭେଣ୍ଟ ମ୍ୟାନେଜମେଣ୍ଟ ଭାରତରେ ବହୁତ ବଡ ସ୍କେଲରେ କରାଯାଇଥାଏ | ପ୍ରତିବର୍ଷ ସଫଳ ଇଭେଣ୍ଟ ମ୍ୟାନେଜର ଭାବରେ ୭୦ ରୁ ୧୨୦ ଛାତ୍ର ଛାତ୍ରୀ ପାସ କରିଥାନ୍ତି। ଏହା ଚାକିରୀ କ୍ଷେତ୍ର ରେ ୧୦୦ ପ୍ରତିଶତ ସହଯୋଗ କରିଆସିଛି। ପୂର୍ବରେ ଇଭେଣ୍ଟ ପରିଚାଳନା ପାଇଁ ଏନ ଆଇ ଇ ଏମ୍ ଭୁବନେଶ୍ୱର ଏକ ଅଗ୍ରଣୀ ଅନୁଷ୍ଠାନ | ଫୁଲ୍ ଏୟାର କଣ୍ଡିସନ୍ ଏବଂ ଡିଜିଟାଲ୍ ସଜ୍ଜିତ ଶ୍ରେଣୀଗୃହ ସହିତ ଭୁବନେଶ୍ୱରର ସବୁଠାରୁ ପ୍ରାଇମ ଲୋକେସନରେ କେନ୍ଦ୍ରୀୟ ଭାବରେ ଅବସ୍ଥିତ, ୨୦୧୫ ମସିହାରୁ ଓଡିଶାରେ ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଭଲ ରେପୋ ସହିତ ଆଗେଇ ଚାଲିଛି। ଛାତ୍ର ଛାତ୍ରୀ ମାନେ ପାଇଥିବା ଚାକିରୀ ଭିତରେ କମ୍ପାନୀ ଗୁଡିକ ହେଉଛି ଜ଼ୀ ସାର୍ଥକ ଷ୍ଟାର ଭାରତ, ସୁନାମ ଧନ୍ୟ ଇଭେଣ୍ଟ କମ୍ପାନୀ ମାନେ ମଧ୍ୟ ଅଛନ୍ତି। ଏହା ସହିତ ବାହାର ରାଜ୍ୟ ରେ ମଧ୍ୟ ଚାକିରୀ କ୍ଷେତ୍ର ରେ ଆଗକୁ ରହି ଛନ୍ତି। ଯେମିତି କି ରାଞ୍ଚି କୋଲକାତା ମୁମ୍ବାଇ ହାଇଦ୍ରାବାଦ ଇତ୍ୟାଦି। ଉଚ୍ଚ ଦରମା ସାଙ୍ଗକୁ ଆନନ୍ଦିତ ଜୀବନ କୁ ଛାତ୍ର ଛାତ୍ରୀ ମାନେ ଲାଭ ପାଇଛନ୍ତି। ଅନୁଷ୍ଠାନର ବାର୍ଷିକ ଉତ୍ସବ ୨୦୨୫ ଓରସି ଅଡିଟୋରିଉମ, ଜୟଦେବ ବିହାର, ଭୁବନେଶ୍ବର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଇନଷ୍ଟିଚ୍ୟୁଟ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୀତ ନାଚ ଏବଂ ଡ୍ରାମା ସହିତ ଅନେକ ମନଲୋଭା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ଭାରତ ର ସୁନାମ ଧନ୍ୟ ଓଡ଼ିଆ କଳାକାର ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର । ଏହା ସହିତ ଇଭେଣ୍ଟ ଏବଂ ମନୋରଞ୍ଜନ ଇଣ୍ଡଷ୍ଟ୍ରି ର ଅନେକ ଆଗ ଶ୍ରେଣୀ ର ଇଭେଣ୍ଟ ମ୍ୟାନେଜେର ମାନେ ମଧ୍ୟ ଯୋଗ ଦେଇଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଧନା କରିଥିଲେ। ଅତିଥି ମାନଙ୍କ ସହିତ ମଞ୍ଚସ୍ଥ ରହିଥିଲେ ଶ୍ରୀ ରଂଜିତ ସାହୁ, ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ, ତଥା ସୁଜିତ ସାହୁ ନିର୍ଦେଶକ, ଆର ଏନ ଆର ସେଲେବରସନସ ପ୍ରାଇଭେଟ ଲିମିଟେଡ଼ ଏବଂ ଏନ ଆଇ ଇ ଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର ଶ୍ରୀ ହିମାଂଶୁ ସରପଟିଆ ନିର୍ଦ୍ଦେଶକ ଏବଂ ଶ୍ରୀ ଅଶୋକ ସାହୁ , ଏକାଡେମିକ୍ମ ମୁଖ୍ୟ । ଏନ ଆଇ ଇ ଏମ୍ ଦୀର୍ଘ ୧୦ ବର୍ଷ ଧରି ନିଜର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୂର୍ଣ ଆତ୍ମନିର୍ଭରଶିଳ, ଯୋଗ୍ୟ ଏବଂ ରୋଜଗାର କ୍ଷମତା ଦେଇପାରିଛି।
ଏନ ଆଇ ଇ ଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟେ ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

