ଏସଓବି-ଓଡିଶା ର ଫୁଟସଲ୍ ରାଜ୍ୟ ଚୟନ ଶିବିର ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଓପନ ଲାର୍ଣିଂ ସିଷ୍ଟମ୍ସ୍ କ୍ରୀଡ଼ା ଭୂମି ରେ ସ୍ପେଶଲ୍ ଅଲିମ୍ପିକ ଭାରତ ଓଡ଼ିଶା ଦ୍ଵାରା ଫୁଟ୍ସଲ ରାଜ୍ୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ର ୫୫ ଜଣ ପ୍ରତିଯୋଗୀ ଓ ପ୍ରଶିକ୍ଷକ ଭାଗ ନେଇଥିଲେ। କଟକ ଜିଲ୍ଲା ର ଆଶୁତୋଷ ପଟ୍ଟନାୟକ, ମହମ୍ମଦ ୱାସିମ୍ ଅଖତର ଓ ମୀନା ରାଓ, ଖୋର୍ଦ୍ଧା ଜିଲ୍ଲା ର ଦଧିଚି, ସ୍ଵୟଂଶୁ ମିଶ୍ର, ଝରଣା ଦାସ ଓ ରିତ୍ୱିକ ପଟ୍ଟନାୟକ, ବରଗଡ଼ ଜିଲ୍ଲା ର ଦୀପିକା କୁମ୍ଭାର ଓ ସୀମା ପଟେଲ, ବାଲେଶ୍ଵର ର ରଣଜିତ୍ ଖୁଣ୍ଟିଆ, କେନ୍ଦୁଝର ର ବାସନ୍ତୀ ମହନ୍ତ ଓ ସୋନାଲି ନାୟକ, ଓ ସୋନପୁର ର ସ୍ୱେତରାଜ୍ ସାମଲ ଖେଳାଳି ଭାବେ ଏବଂ ସୋନପୁର ର ତ୍ରିନାଥ ସାମଲ, ଖୋର୍ଦ୍ଧା ର ନିରଜ୍ ସିଂହ, କଟକ ର ସସ୍ମିତା ରାଉତରାୟ ଓ ବରଗଡ଼ ର ବିଭୀଷିକା ବେହେରା ପ୍ରଶିକ୍ଷକ ଭାବେ ଆସନ୍ତା ଜାନୁଆରୀ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗୀତା ରେ ଓଡ଼ିଶା କୁ ପ୍ରତିନିଧିତ୍ଵ କରିବାକୁ ଚୟନ ହୋଇଛନ୍ତି । ଆଜିର କାର୍ଯ୍ୟକ୍ରମକୁ ସସ୍ମିତା ମହାପାତ୍ର, ଅର୍ପିତା ମହାପାତ୍ର, ବିବେକାନନ୍ଦ ମହାନ୍ତି ଓ ସରିତା ରାଉତରାୟ ପରିଚାଳନା କରିଥିଲେ । ଓ ଏଲ ଏସ ର ଅନେକ କାର୍ଯ୍ୟକର୍ତ୍ତା ଏଥିରେ ସହଯୋଗ କରିଥିଲେ । ଏସଓବି ଓଡ଼ିଶା ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ, ଅଧ୍ୟକ୍ଷା ସୁନିତା ମୁଣ୍ଡ, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର, ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଅର୍ପିତା ମହାପାତ୍ର ଓ ଅନ୍ୟ ସମସ୍ତ ବୋର୍ଡ଼ ସଦସ୍ୟ, ଓ ଏଲଏସ ର ସୁଜାତା ପଟ୍ଟନାୟକ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ସେମାନଙ୍କ ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି ।

powered by social2s