ରେଡ୍ ଫ୍ଲାଗ ହେଲା ଚାନ୍ଦବାଲି ମାମଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା। ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି। ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଲେ ଡିଜିପି। ମଙ୍ଗଳବାର ଦିନ ସ୍କୁଲ ଯାଇ ଘରକୁ ଫେରିନଥିଲେ ନାବାଳିକା। ପରେ ଚାନ୍ଦବାଲି ପୋଲିସ ଥାନା ଅଞ୍ଚଳରୁ ମିଳିଥିଲା ୧୦ ବର୍ଷୀୟା ନାବାଳିକାଙ୍କ ମୃତଦେହ।

powered by social2s