ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା କୁନ୍ଦୁରୁପୁର ଜାତୀୟ ରାଜପଥ-୫୨୦ରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଲୁହାପଥର ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି। ଲୁହାପଥର ଟ୍ରକ୍ର ବ୍ରେକ୍ ଫେଲ୍ ଯୋଗୁଁ ଦୁର୍ଘଟଣା ସୂଚନା। ୨ ଘଣ୍ଟାର ପରିଶ୍ରମ ପରେ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ। ଅନ୍ୟ ଏକ ଘଟଣାରେ ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରାସ୍ତା କଁସର ନିକଟରେ ଦୁର୍ଘଟଣା ଘଟିଛି। ୭ଜଣ ଆହତଙ୍କୁ ସଦର ଓ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା।
powered by social2s

