ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଖୋଲିଲା ସିଂହଦ୍ଵାର। ବିଳମ୍ବିତ ରାତି ୧ଟା ୩୩ ମିନିଟ୍ରେ ଫିଟିଲା ସିଂହଦ୍ଵାର। ରାତି ୧୦ଟା ୨୫ରେ ହୋଇଥିଲା ମହାପ୍ରଭୁଙ୍କ ପହୁଡ଼ ନୀତି। ଗାଁଠୁ ସହର ସବୁଠି ନବବର୍ଷର ଉଲ୍ଲାସ ଦେଖିବାକୁ ମିଳିଛି। ଡିଜେ ସବ୍ଦ ଓ ଆଲୋକମାଳାରେ ଚମକୁଛି ଗାଁଠୁ ସହର। ମିଠା ଓ ପୁଷ୍ପଗୁଚ୍ଛ ଦେଇ ପରସ୍ପରକୁ ସ୍ବାଗତ କରୁଛନ୍ତି ଲୋକେ।
powered by social2s

