ଭୁବନେଶ୍ବରରେ 'ଆମ ବସ୍‌’ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ୱର ରୁପାଲି ଟ୍ରାଫିକ୍‌ରେ ‘ଆମ ବସ୍‌’ ଧକ୍କାରେ ଜଣେ ପ୍ରାଣ ହରାଇଛନ୍ତି। ଏକ ଅଟୋକୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ୍‌ ପାଇଁ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ବୁଝାସୁଝା କଲା ପୋଲିସ୍।

powered by social2s