ଭୁବନେଶ୍ବର: ଓପିଡି ସେବା ବନ୍ଦ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତର ମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର ସମୟରୁ ଡାକ୍ତରଙ୍କ ଦାବି ରହିଆସିଛି। ଆମ ସରକାର ସମାଧାନ ପାଇଁ କମିଟି ଗଠନ କରିଛି। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଓମ୍ସ ଡାକ୍ତର। ଆଜିଠୁ ଆସନ୍ତା ୧୪ ତାରିଖ ଯାଏ ଓପିଡି ସେବା ବର୍ଜନ କଲେ ଡାକ୍ତର। ସକାଳ ୯ରୁ ଦିନ ୧୧ଟା ଯାଏ ୨ ଘଣ୍ଟା ଓପିଡି ସେବା ବନ୍ଦ ରହିବ। ସରକାର ଦାବି ନଶୁଣିଲେ ୨୭ରୁ ସମ୍ପର୍ଣ୍ଣ ଓପିଡି ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
powered by social2s

