ଭୁବନେଶ୍ୱର: ସିଂହ ଭୂମି ଉତ୍କଳ ସଭା ର ସଭାପତି ତଥା ୧୯୫୧/୫୨ ମସିହା ବାହାଡଗୋଡରୁ ବିହାର ବିଧାନସଭା କୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜନନାୟକ ସ୍ୱର୍ଗତ ମୁକୁନ୍ଦ ରାମ ତନ୍ତୀଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ। ସେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ନିମନ୍ତେ ବିଭିନ୍ନ ସମୟରେ ସଭା ସମିତି ଆୟୋଜନ କରିଥିଲେ। ୧୯୮୬ ମସିହା ଜୁନ ୧୫ ତାରିଖରେ ସେ ହାଟ ଗହ୍ଲାରିଆ ଠାରେ ସଂହଭୂମି ଉତ୍କଳ ସଭା ଆୟୋଜନ କରିଥିଲେ। ସେହି ମାସର ୨୨ ତାରିଖରେ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଚକ୍ରଧରପୁର ସଂହଭୂମି ଉତ୍କଳ ସଭାର ସାଧାରଣ ସଭା ଆୟୋଜନ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀର ଶ୍ରୀ ମୁକୁନ୍ଦ ରାମ ଉପସଭାପତି ଥିଲେ। ବର୍ତ୍ତମାନର ଝାଡ଼ଖଣ୍ଡ ପ୍ରଦେଶର ସଂହଭୂମି ଜିଲ୍ଲାରେ ମୁକୁନ୍ଦ ରାମ ଏକ ସୁପରିଚିତ ଜନନାୟକ ରହିଆସିଛନ୍ତି। ଓଡ଼ିଆ ଭାଷା ଓ ଜାତିର ସୁରକ୍ଷା ପାଇଁ ତାଙ୍କ ଅବଦାନ ଅତୁଳନୀୟ। ଆଜିର ଦିନେ ଏହି ଓଡ଼ିଆ ଜନନାୟକ ଶ୍ରୀ ମୁକୁନ୍ଦ ରାମ ତନ୍ତୀଙ୍କ ମହାପ୍ରାଣ ଘଟିଥିଲା। ତାଙ୍କ ଚରଣରେ ଆଜି ଅନେକ ଅନେକ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି।
ମୁକୁନ୍ଦ ରାମ ତନ୍ତୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

