ତଦନ୍ତ ଚାଲିଛି କାର୍ଯ୍ୟାନୁଷ୍ଠାନ ହେବ : ପରିବହନ ମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବବେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଜାଲ୍‌ଦା କଂସରରେ ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଦୁର୍ଘଟଣାକୁ ଅଭାବନୀୟ କହିଲେ ମନ୍ତ୍ରୀ। ଦୁର୍ଘଟଣା ପରେ ସମସ୍ତଙ୍କୁ ତତ୍କାଳୀନ ଉଦ୍ଧାର କରାଯାଇଥିଲା। ବିମାନ ଦୁର୍ଘଟଣା କାହିଁକି ଘଟିଲା ସେଥିଲାଗି ଚିନ୍ତିତ। ଦୁର୍ଘଟଣାରେ ଆହତଙ୍କ ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି ବୋଲି କହିଲେ ମନ୍ତ୍ରୀ। ଘଟଣାର ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଘଟଣା ଆଉ ନହେବା ଦିଗରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି। ଜେନା ସୂଚନା ଦେଇଛନ୍ତି ଯେ ଖୁବ୍‌ଶୀଘ ପୁନରୁଦ୍ଧାର କାର୍ଯ୍ୟ ସରିବ ।

powered by social2s