ସାଲିଆ ସାହିରେ ମାଗଣା ମୁଖ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ, ୬୦ ଜଣ ଲୋକ ଲାଭାନ୍ବିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ସାଲିଆ ସାହିରେ ଏକଦିନିଆ ମାଗଣା ମୁଖ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରଟି ଏକ୍ସେଲ୍ କ୍ରିକେଟ୍ ଆକାଡେମୀ, ଭୁବନେଶ୍ୱର ଓ ହାଇ-ଟେକ୍ ଡେଣ୍ଟାଲ୍ କଲେଜ୍ ଏବଂ ହସ୍ପିଟାଲ୍ ଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗରିବ, ଶିଶୁ, ଦିବ୍ୟାଙ୍ଗ ଓ ବୃଦ୍ଧ ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା। ଶିବିରଟିକୁ ଏକ୍ସେଲ୍ କ୍ରିକେଟ୍ ଆକାଡେମୀର ପ୍ରତିଷ୍ଠାତ୍ରୀ ଶ୍ରୀମତୀ କବିତା ସୁଆର, ସଚିବ ଶ୍ରୀ ଶ୍ରୀମନ୍ତ ସୁଆର, ସଭାପତି ଡା. ପ୍ରଶାନ୍ତ ସୁଆର, ସନ୍ତୋଷ ଗୌଡ଼, ଓ ଶଙ୍କର ଦାସ ପ୍ରଭୃତି ସ୍ଥାନୀୟ ସମୁଦାୟ ନେତୃବୃନ୍ଦ ଫିତା କାଟି ଉଦଘାଟନ କରିଥିଲେ। ହାଇ-ଟେକ୍ ଡେଣ୍ଟାଲ୍ କଲେଜ୍ ଏବଂ ହସ୍ପିଟାଲ୍ର ଦକ୍ଷ ଡାକ୍ତର ଦଳ ମାଗଣା ଦନ୍ତ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିଥିଲେ। ଡାକ୍ତର ଦଳରେ ଡା. ମୋନିକା ମିଶ୍ର (ଫ୍ୟାକଲ୍ଟି), ଡା. ଅଙ୍କିତା ମିଶ୍ର, ଡ଼ା. ଅଙ୍କିତା ଦାସ, ଡା. ଗୁରୁ ପ୍ରସାଦ ଜେନା ଓ ଡ଼ା. ହିମାଂଶୁ କେଡ଼ିଆ ସେବା ପ୍ରଦାନ କରିଥିଲେ। ଏହି ଶିବିରରୁ ପ୍ରାୟ ୬୦ ଜଣ ଦାନ୍ତ ରୋଗୀ ଲାଭାନ୍ବିତ ହୋଇଥିଲେ। ଏହା ସହିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ମୁଖ ସ୍ୱଚ୍ଛତା, ଦନ୍ତ ରୋଗ ପ୍ରତିରୋଧ ଓ ସୁସ୍ଥ ଜୀବନଶୈଳୀ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଶିବିରଟିର ସମଗ୍ର ପରିଚାଳନା ସମାଜସେବୀ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ତାରିଣୀ ନଗର ପିସ୍ କମିଟିର ସ୍ୱେଚ୍ଛ। ସେବୀ ମାନଙ୍କର ସହଯୋଗରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

powered by social2s