ଜଟଣୀ ମଣ୍ଡଳସ୍ତରୀୟ ୧୫୦ତମ "ବନ୍ଦେ ମାତରମ" ସମୂହ ଗାନ ଉତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ଜଟଣୀ ବ୍ଲକ ଯାଆଁଳା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ମୁଣ୍ଡ ମୁହାଁଣ ପରିସରରେ ରାଷ୍ଟ୍ରଗୀତ"ବନ୍ଦେ ମାତରମ" ର ୧୫୦ତମ ବାର୍ଷିକ ସମାରୋହ ମଣ୍ଡଳସ୍ତରୀୟ ସମୂହ ଗାନ ଉତ୍ସବ ପାଳନରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତକୁ ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଲବନ୍ତରାୟ ମୁଖ୍ୟ ଯୋଗ ଦେଇ ବକ୍ତବ୍ୟରେ ମାଟିର କଥା, ମାଟିର ଗାନ ନିଜ ହୃଦୟରେ ଅନୁଭବ ହେଉଥିବା "ମା" ଶବ୍ଦ କେବଳ ଆମ ଭାରତର ଭାରତୀୟଙ୍କ ମନରେ ନିଜ ଦେଶକୁ"ମା" ଆଖ୍ୟା ଦେଇ ସମ୍ବୋଧନ କରନ୍ତି ବୋଲି କହିଥିଲେ। ସେ କହିଛନ୍ତି ଆମ ରାଷ୍ଟ୍ରଗୀତ ବନ୍ଦେ ମାତରମ ଦେଶର ଥିବା କୋଣ ଅନୁକୋଣରେ ଗାଁ ଗାଁ ପଂହଁଚିବା ପାଇଁ ସରକାରଙ୍କ ପ୍ରୟାସକୁ ଆମେ ସମସ୍ତେ ମିଳିମିଶି ଆଗକୁ ଯିବାକୁ ହେବ। ସେହିପରି ସମ୍ମାନୀତ ଅତିଥି ରୂପେ ଜଟଣୀ ପଂଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ,ସାଂସଦ ପ୍ରତିନିଧି, ମନୋଜ କୁମାର ନନ୍ଦ,ଯାଆଁଳା ସରପଞ୍ଚ ଶ୍ରଦ୍ଧାଞ୍ଜଳି ବେହେରା, ପ୍ରଧାନ ଶିକ୍ଷୟତ୍ରୀ ଅନୁସାୟା ଦାଶ,ପଂଚାୟତ ସମିତି ସମାଜ କଲ୍ୟାଣ ଅଧିକାରୀ ନରହରି ପାତ୍ର ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହ ମାନ ପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍ବଦେଶୀ ସଂକଳ୍ପ ପତ୍ରର ଶପଥ ପାଠ କରାଯାଇଥିଲା। ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ପ୍ରଶିକ୍ଷଣ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଉଦିତ ଗୁରୁ ମହାପାତ୍ର,ଶ୍ରଦ୍ଧାଲିନି ରଥ,ପ୍ରତାପ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯୟକ୍ରମରେ ସି.ଆର.ସି.ସି ଡ଼ଃ.ରଶ୍ମିତା ନାୟକ ଅତିସୁନ୍ଦରତା ସହ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ସଂଘ ସଭାପତି ଜିତ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s