ଭୁବନେଶ୍ବର: ବାଦ୍ ପଡ଼ିଥିବା ଓ ନୂଆ ହିତାଧିକାରୀଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା। ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିଥିଲେ। ୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ବ ହିତାଧୀକାରିଙ୍କୁ ୩୨୫ କୋଟିରୁ ଉର୍ଦ୍ଧ୍ବ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ମହିଳାଙ୍କୁ ମିଳିଲା ଟଙ୍କା। ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ୨ ଲକ୍ଷ ୫୫ ହଜାର ହିତାଧିକାରୀଙ୍କୁ ମିଳିଲା ଟଙ୍କା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ମହିଳା ମାନଙ୍କ ଉନ୍ନତି ଆମ ସରକାରଙ୍କ ସଫଳତା ମହିଳାଙ୍କ ପ୍ରଗତି ନହେଲେ ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ କରିବା ଲକ୍ଷ୍ୟ ଆମେ ହାସଲ କରିପାରିବା ନାହିଁ। ମହିଳା ସଶକ୍ତିକରଣ ଦିଗରେ ସୁଭଦ୍ରା ଏକ ଐତିହାସିକ ଯୋଜନା ବୋଲି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମାଝୀ।
powered by social2s

