କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା, ୪ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଘନ କୁହୁଡ଼ି ଯୋଗୁଁ ବାଘମାରି–କଣ୍ଟିଲୋ ରାସ୍ତାର ଗେଡ଼ିଆପଲ୍ଲୀ ନିକଟରେ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ସାମ୍ନାପଟୁ ଆସି ଏକ ଟୁରିଷ୍ଟ ବସ୍‌କୁ ଧକ୍କା ଦେଇଥିବାରୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନେ ବ୍ରହ୍ମଗିରିରୁ ଭାପୁର ରାମ ମନ୍ଦିର ଦର୍ଶନ ପାଇଁ ଆସୁଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।

powered by social2s