ଭୁବନେଶ୍ୱର: ପ୍ରବାସୀଙ୍କ ଉପରେ କଡ଼ା ନଜର ରଖାଯାଇଛି ବୋଲି କହିଛନ୍ତି ରେଳ ଓ କଷ୍ଟ ଗାର୍ଡ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ। ଆଚାର୍ଯ୍ୟ କହିବା ଅନୁଯାୟୀ, ୧୮ ଟି ମେରାଇନ ପୋଲିସ ଷ୍ଟେସନ କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଳପଥରେ ପ୍ରବାସୀ ଙ୍କ ଆଗମନ ଉପରେ ନଜର ରଖିଛନ୍ତି କୋଷ୍ଟ ଗାର୍ଡ । କଡାକଡି ହେଲା କୋଷ୍ଟଲ ପେଟ୍ରୋଲିିଂ ଓ ବୋଟ ଗୁଡିକ ଚେକ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ସହ ଫିସ ଲ୍ୟାଣ୍ଡିଙ୍ଗ ସେଣ୍ଟର ଗୁଡ଼ିକରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି। ସ୍ଥାନୀୟ ଯୁବକଙ୍କୁ ନେଇ ଗଠନ ହୋଇଥିବା ସାଗର ରକ୍ଷକ ଦଳ ମଧ୍ୟ ସଜାଗ ଅଛି। କେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି, ପୋଲିସକୁ ଖବର ଦେବେ । ପଶ୍ଚିମବଙ୍ଗରୁ ଆସୁଥିବା ବୋଟ ଗୁଡିକ ଜବତ କରାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି।
powered by social2s

