ବାଲେଶ୍ବର: ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ ଭୟରେ ଆଜି ପଶ୍ଚିମବଙ୍ଗ-ବାଲେଶ୍ଵର ସୀମା ସିଲ କରାଯାଇଛି।ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଚେକିଂ କଡ଼ାକଡ଼ି କରିଛି ପୋଲିସ।ପଶ୍ଚିମବଙ୍ଗ ପଟୁ ଆସୁଥିବା ଲୋକଙ୍କ RT-PCR ନେଗେଟିଭ ରିପୋର୍ଟ ଓ ଦୁଇ ଡୋଜ ଟୀକା ନେଇଥିବା ପ୍ରମାଣପତ୍ର ଯାଞ୍ଚ କରାଯାଉଛି।ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଥିଲେ ଯେ ବେଙ୍ଗଲ ମ୍ୟୁଟାଣ୍ଟ ଅତି ଦ୍ରୁତ ଗତିରେ ସଂକ୍ରମଣ କରୁଛି। ତେଣୁ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଲୋକଙ୍କ ପାଇଁ ୧୪ ଦିନ କ୍ବାରେଂଟାଇନ ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।
powered by social2s

