ଆଜିଠୁ ଓଡ଼ିଶାର ସବୁ ସହରରେ ସାପ୍ତାହାନ୍ତ ସଟଡାଉନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜିଠୁ ଓଡ଼ିଶାର ସମସ୍ତ ସହରରେ ସପ୍ତାହାନ୍ତ ସଟଡାଉନ ଆରମ୍ଭ ହୋଇଛି। ସୋମବାର ସକାଳ ୫ ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର। ସଟଡାଉନ ବେଳେ ଅତ୍ୟାବଶ୍ୟକ ସେବାକୁ ମିଳିବ ଅନୁମତି। କ୍ଷୀର ଯୋଗଣ ଓ ହୋମ ଡେଲିଭରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ଅନୁମତି। ସଟଡାଉନ ସମୟରେ ନିୟମିତ ମୋ ବସ ସେବା ବନ୍ଦ ରଖାଯାଇଛି। କେବଳ ରେଳ ଷ୍ଟେସନରୁ ଯାତ୍ରୀ ନେବା ପାଇଁ ଚାଲିବ ମୋ ବସ। ଷ୍ଟେସନରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଯିବ ମୋ ବସ। ବିମାନ ବନ୍ଦରରୁ ରେଳ ଷ୍ଟେସନ ଯିବା ପାଇଁ ମିଳିବ ସଟଲ ସେବା। ଭୁବନେଶ୍ୱର ଓ କଟକ ରେ ୬୮ ଟି ପଏଣ୍ଟରେ ନାକାବନ୍ଦୀ କରାଯାଇଛି। କଟକରେ ୨୫ ଓ ଭୁବନେଶ୍ୱରରେ ୪୩ ଟି ପଏଣ୍ଟରେ ନକାବନ୍ଦୀ ହୋଇଥିବା ସୂଚନା ମିଳିଛି। ସବୁଠି ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଙ୍ଗ ଜାରି ରହିଛି।

powered by social2s