ମାଲକାନଗିରି: ଏପ୍ରିଲ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ।
ଗତକାଲି ରାତିରେ ୧୦୦ ରୁ ଉର୍ଦ୍ଧ୍ଵ ମାଓବାଦୀ ଛତିଶଗଡ଼ ଦନ୍ତେୱଡାରେ ଏକ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କୁ ଏପ୍ରିଲ ୨୬ ରେ ବନ୍ଦ ଡାକରା ନେଇ ପୋଷ୍ଟର ବାଣ୍ଟିଥିଲେ।
ଏହାସହ ସେମାନେ ଟ୍ରେନର ଏକ ବଗି ଓ ଇଂଜିନ୍ କୁ ଅଲଗା କରିଦେଇଥିଲେ।
ପୁଲିସ ପକ୍ଷରୁ ହୋଇଥିବା ଅପରେସନ ପ୍ରହାର କୁ ବିରୋଧ କରି ନକ୍ସଲ ମାନେ ଏପରି କରିଥିବାର ସୂଚନା ମିଳିଛି।
ଟ୍ରେନଟି ବିଶାଖାପାଟଣା ରୁ କିରାନୁର ଯାତ୍ରା କରୁଥିଲା।
powered by social2s

