ଓଡ଼ିଶାରେ ପାନ ମସଲା ବ୍ୟାନ ହେବ ନାହିଁ, ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ପାନ ମସଲାରେ ଟବାକୋ ଓ ନିକୋଟିନ ନଥିବାରୁ ଏହା ବ୍ୟାନ୍ ର ଅଧୀନରେ ନାହିଁ। ବିଭାଗ ଦ୍ୱାରା ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ, ସରକାର ପୂର୍ବରୁ ଟବାକୋ ଓ ନିକୋଟିନ ଯୁକ୍ତ ପଦାର୍ଥକୁ ବ୍ୟାନ୍ କରିଛି। ସ୍ୱାସ୍ଥ୍ୟ ବିଭାଗ ସିଟି, ଜିଏସ୍ଟି ଏବଂ ଅର୍ଥ ବିଭାଗକୁ ଏହା ସମ୍ବନ୍ଧରେ ଅବଗତ କରାଇଛି। ଏହି ନିର୍ଦ୍ଦେଶ ପାଇଁ ବିଭାଗ ଦୃଢ଼ ଭାବେ କହିଛି ଯେ, ନିକୋଟିନ ବିହୀନ ପାନ ମସଲା ପ୍ରତିଷ୍ଠାନ ଓ ବିକ୍ରେତାମାନେ ନିର୍ବିଧି ଭାବେ ବିକ୍ରୟ କରିପାରିବେ।

powered by social2s