ଭୁବନେଶ୍ୱର: ମାନସିକ ଅନଗ୍ରସର ପିଲାମାନଙ୍କ ଅଭିଭାବକ ସଂଘ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ଅଭିଭାବକଙ୍କ ସଚେତନତା ଶିବିର ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ମୂଖ୍ୟ ବକ୍ତା ଭାବେ ସୁଦୂର ମହାରାଷ୍ଟ୍ର (ପୁନେ)ରୁ ମହାଶୟ ଶ୍ରୀଯୁକ୍ତ ଶ୍ରୀରଙ୍ଗ ବିଜୁର ପୂର୍ବତନ ସଭାପତି ଜାତୀୟ ପରିବାର ଅଭିଭାବକ ସଂଘ (NCPO)ର ଅଧ୍ୟକ୍ଷ ଯୋଗଦେଇ ତାଙ୍କର ଅଭିଜ୍ଞତା ପ୍ରଦାନ କରିଥିଲେ। ତାଙ୍କ ଅଭିଭାଷଣର ଆଭିମୁଖ୍ୟ ଥିଲା ମାନସିକ ଅନଗ୍ରସର ପିଲାମାନଙ୍କ ରକ୍ଷଣାବେକ୍ଷଣ, ନିରାମୟ ସ୍ବାସ୍ଥ୍ୟ ସୁରକ୍ଷା, ଆଇନଗତ ଅଭିଭାବକତ୍ବ, ପୁର୍ନବାସ କେନ୍ଦ୍ର, ତଥା ପିଲାମାନଙ୍କର ପ୍ରାରମ୍ଭିକ ପର୍ଯ୍ୟାୟରେ ହସ୍ତକ୍ଷେପ। ଶ୍ରୀମାନ ବିଜୁର ବହୁମୂଲ୍ୟ ସମୟ ଦେଇ ଅଭିଭାବକମାନଙ୍କୁ ତାଙ୍କର ଅଭିଜ୍ଞତା ପ୍ରଦାନ କରିବା ସହିତ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାର ମୂଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ (ଏକାମ୍ର ଭୁବନେଶ୍ୱର) ତାଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଅନଗ୍ରସର ପିଲାମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସହଯୋଗ ଦେବାକୁ ସ୍ଵିକୃତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦୀପକ ରାଉତରାୟ ମଧ୍ୟ ଆତିଥ୍ୟ ସ୍ୱୀକାର କରି ସରକାର ତରଫରୁ ସହଯୋଗ ଦେବାକୁ ସହମତି ପ୍ରଦାନ କରିଥିଲେ। ଏହି ଅନୁଷ୍ଠାନର ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁଭାଗିନୀ ସାହୁଙ୍କ ସହଯୋଗରେ ଏହି କର୍ମଶାଳାଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଅଶୋକ ଜେନା ଓ ଉପସଭାପତି ସତ୍ୟନାରାୟଣ ପରିଡ଼ା ଅଂଶଗ୍ରହଣ କରିଥିଲେ।ଉପସଭାପତି ଏମ୍ ଶ୍ରୀଯୁକ୍ତ ପଞ୍ଚାନନ ପାତ୍ର ପରିଚୟପତ୍ର ପ୍ରଦାନ କରିବା ସହ ଭାରତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ଅଭିଭାବକଙ୍କ ପାଇଁ ସଚେତନତା ଶିବିର ଆୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

