ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ଜଟଣୀ ବ୍ଲକ ସଭାଗୃହରେ ଜଟଣୀର"ତୃତୀୟ ପଥ ଉତ୍ସବ"ର ଏକ ସାମ୍ବାଦିକ ସମ୍ମିଳନୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ଏବଂ ଡଃ ରୁଷି ପଟ୍ଟନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।ଫେବଆରୀ ୧୫ ତାରିଖ ରବିବାର ମହାଶିବରାତ୍ରୀ ଦିନ ଜଟଣୀ ବିକାଶ ପରିଷଦ ଦ୍ବାରା ପରିଚାଳିତ ୩ୟ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ପଥ ଉତ୍ସବ ର ମୂଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଧ୍ୟକ୍ଷ ବିଶ୍ୱରଂଜନ ବଡ଼ଜେନା ଜଟଣୀ ବାସୀ ଙ୍କ ନିକଟରେ କୃତଜ୍ଞ ସେମାନେ ବହୁସଂଖ୍ୟାରେ ଯୋଗ ଦେଇ ପ୍ରଥମ ଓ ଦିତୀୟ ପଥ ଉତ୍ସବକୁ ସଫଳତା ଦେଉଛନ୍ତି l ବିଶେଷ ଭାବରେ ସଫଳତା ପାଇଁ ସାମ୍ୱାଦିକ ମାନଙ୍କୁ ଧନ୍ୟବାଦ ଯେ ତାଙ୍କର ପ୍ରଚାର ପ୍ରସାର ପାଇଁ ଅଜି ଜଟଣୀ ପଥ ଉତ୍ସବ ଓଡ଼ିଶାର ଘରେ ଘରେ ଏକ ପରିଚୟ ସୃଷ୍ଟି କରିପାରିଛି ।ଏଥର ତୃତୀୟ ପଥ ଉତ୍ସବ ୧୫ତାରିଖ ରବିବାର ମହାଶିବରାତ୍ରୀ ପଡୁଥିବାରୁ ୩ୟ ପଥ ଉତ୍ସବକୁ ଶିବ ରାତ୍ରି ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯିବ l ୨୦ଫୁଟ ଉଚ୍ଚ ଏକ ଶିବ ମୂର୍ତ୍ତି ଅୟୋଜନ କରାଯାଇଛି ବୋଲି ଅଭିନେତା ତଥା ଆବାହକ ରୁଷି ପଟ୍ଟନାୟକ ସୂଚନା ଦେଇଥିଲେ l ଜଟଣୀ ବାସୀ ବହୁସଂଖ୍ୟାରେ ଯୋଗଦାନ କରି ଏହି ଉତ୍ସବ କୁ ସଫଳ କରିବା ପାଇଁ ସମସ୍ତ ସଭ୍ୟ ଅନୁରୋଧ କହିଛନ୍ତି।ଏହି ସମ୍ମିଳନୀରେ ଅନ୍ୟମାନଙ୍କ ସହିତ ଜଟଣୀର ମାନ୍ୟବର ସାଂସଦଙ୍କ ଦୁଇ ପ୍ରତିନିଧି ମନୋଜ ନନ୍ଦ,ସତୀଶ ଶର୍ମା,ଜଟଣୀ ଯୁଗ୍ମ ଆବାହ ଡଃ ଉମାକାନ୍ତ ପଟ୍ଟନାୟକ,ଅଗ୍ନୀଶମ ଅଧିକାରୀ ଲକ୍ଷ୍ମଣ ବେହେରା,ଲିଟୁ ରାଉତରାୟ,ତିରୁପତି ଶତପଥୀ,ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ। ପରିଶେଷରେ ସବ୍ୟସାଚୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l
୩ୟ ପଥ ଉତ୍ସବରେ ଆକର୍ଷଣ ହେବ ୨୦ଫୁଟ୍ ଉଚ୍ଚର ଶିବମୂର୍ତ୍ତୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

