ଆଇଆଇଟି ଭୁବନେଶ୍ୱରର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ:(ଶୁଭେନ୍ଦ୍ର ଶତପଥୀ)ଭାରତରେ ସେମିକଣ୍ଡକ୍ଟର ହବ ହେବା ପାଇଁ ଭୁବନେଶ୍ବର ଆଇଆଇଟି ଅଗ୍ରସର ହେଉଥିବା ଆଇଆଇଟି ଭୁବନେଶ୍ୱରର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ l ୪ହଜାର ୫୦୦ କୋଟି ବ୍ୟୟରେ ସେମିକଣ୍ଡକ୍ଟର ୟୁନିଟ୍ ଏସଡିଏମ୍ ପାର୍କ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା,କୃତ୍ରିମ ବୁଦ୍ଧିମତା,ଡାଟା ସେଣ୍ଟର୍ ପ୍ରକଳ୍ପ ଶିକ୍ଷା- ଶିଳ୍ପ ସହ ଯୋଗ ନବସୃଜନକୁ ସୁଦୃଢ଼ କରିବା ସହ ବିକଶିତ ଭାରତ-୨୦୪୭ ଫଳପ୍ରଦ କରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ l ପଟ୍ଟନାୟକ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ସରୋଜ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ l ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ନିଜେ ସ୍ଥିର କରିବା ଆବଶ୍ୟକ ସଫଳତା ସହଜରେ ଆସେନାହିଁ, ସେଥିପାଇଁ ସଂଘର୍ଷ କରିବାକୁ ପଡ଼ିବ ନିଜ ବିଷୟରେ ନିଜେ ଚିନ୍ତା କରିବାକୁ ସେ କହିଥିଲେ l ଏହି ଅବସରରେ ଆଇଟିର ବିକାଶ ପାଇଁ ଆଇଆଇଟିକୁ ସେ ୨୫କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଅରଗୁଳ ସ୍ଥିତ ଆଇଆଇଟି ଭୁବନେଶ୍ୱରର ନିର୍ଦେଶକ ଶ୍ରୀପଦ କରମଲକର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ୯୩୬ ଏକର ଜମିରେ କ୍ୟାମ୍ପସର ପ୍ରତିଷ୍ଠା ଓ ଅଗ୍ରଗତି,ଶିକ୍ଷାଦାନ,ଗବେଷଣା,ଶିଳ୍ପ ଶିକ୍ଷା, ଉଦ୍ୟୋଗ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ଆଇଆଇଟିର କୂଳ ସଚିବ ବାମଦେବ ଆଚାର୍ଯ୍ୟ ଉପସ୍ଥିତ ଥିଲେ l ଡିନ (ଛାତ୍ର ବ୍ୟାପାର)ପ୍ରଫେସର ରାଜେଶ ରୋଶନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

powered by social2s