ଭୁବନେଶ୍ବର: ମହାଶିବରାତ୍ରୀରେ ରାତି ୧୦: ୩୦ରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଏହାସହ ଲିଙ୍ଗରାଜଙ୍କ ଭଜନ ମଣ୍ଡପରେ ଆୟୋଜିତ ହେବ ଭଜନ ସମାରୋହ । ଚଳିତବର୍ଷ ଯୋଗଦେବେ ମୁମ୍ବାଇର ୭ ଜଣ କଣ୍ଠଶିଳ୍ପୀ। ଚଳିତ ବର୍ଷ ଆସୁଛନ୍ତି ଜୁନିଅର ଲତା ମଙ୍ଗେସକର ଓ ଜୁନିଅର ଅମିତାଭ ବଚ୍ଚନ। କେଦାରନାଥ ଓ ବଦ୍ରୀନାଥରୁ ମଧ୍ଯ ଆସୁଥିବା ପଣ୍ଡିତ ମାନେ ଅଭିଭାଷଣ ଦେବେ। ଓଡିଶାରୁ ଯୋଗଦେବେ ୪୨ ଜଣ କଣ୍ଠଶିଳ୍ପୀ। ଭଜନ କାର୍ଯ୍ୟକ୍ରମ ସନ୍ଧ୍ୟା ୭:୩୦ ରୁ ଆରମ୍ଭ ହୋଇ ତା ପର ଦିନ ସକାଳ ୭:୩୦ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ର ସଭାପତି ସୁରେଶ ରାଉତରାୟ।
powered by social2s

