ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି ଓଡ଼ିଶା ସରକାର: ରାଜ୍ୟପାଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ଜିଡିପିକୁ ୭ ପ୍ରତିଶତରୁ ୯.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ରହିଛି, ଯାହା ଭାରତର ଏକ ମୁଖ୍ୟ ଗ୍ରୋଥ୍ ଇଞ୍ଜିନ୍ ହେବାର ପ୍ରତୀକ ବୋଲି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନିଜ ଅଭିଭାଷଣରେ ରାଜ୍ୟପାଳ ସୂଚନା ଦେଇଛନ୍ତି ଯେ, ରାଜ୍ୟ ପ୍ରତି ବ୍ୟକ୍ତି ଆୟକୁ ୧.୮ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ରାଜ୍ୟରେ ଚାଷୀଙ୍କ ମୁଣ୍ଡପିଛା ଆୟ ବଢ଼ିଛି, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ଶିଳ୍ପ, ଆଇଟି ଓ ସେମିକଣ୍ଡକ୍ଟର୍ କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦେଉଛନ୍ତି ରାଜ୍ଯ ସରକାର। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ଫେବ୍ରୁୟାରୀ ୨୦ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

powered by social2s