ଭୁବନେଶ୍ବର: ଓଡ଼ିଶାରେ ବୃଦ୍ଧି ପାଉଛି ବାଲ୍ଯ ବିବାହ । ବାଲ୍ୟ ବିବାହ ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ଯ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ୧୨ ଜିଲ୍ଲାରେ ଅଧିକ ରହିଛି ବାଲ୍ଯ ବିବାହ । ଜାତୀୟ ହାର ତୁଳନାରେ ରହିଛି ଅଧିକ। ନବରଙ୍ଗପୁର ୩୯.୪ ପ୍ରତିଶତ, ନୟାଗଡ଼ ୩୫.୭ ପ୍ରତିଶତ, କୋରାପୁଟ ୩୫.୫, ରାୟଗଡ଼ା ୩୩.୨, ମାଲକାନଗିରି ୩୨.୪, ମୟୁରଭଞ୍ଜ ୩୧.୩, କେନ୍ଦୁଝର ୨୯ ପ୍ରତିଶତ, ଗଜପତି ୨୮.୧, ବାଲେଶ୍ବର ୨୬.୪ ଓ ବୌଦ୍ଧ ୨୫.୩ ରହିଛି। ଅନୁଗୁଳରେ ୨୫ ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି।
powered by social2s

