କୋଭିଡ ମୁକାବିଲା ପାଇଁ ବିଏମସି ପକ୍ଷରୁ ଅଭିଯାନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କୋଭିଡ ମୁକାବଲା ପାଇଁ ବିଏମସି ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି। ଘର ଘର ବୁଲି ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି ଓ ସ୍ୱାସ୍ଥ୍ୟ ସମସ୍ୟା ବୁଝି ଏହାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉଛି। ବିଏମସି ର ସମସ୍ତ ୬୭ଟି ୱର୍ଡରେ ଚାଲିଛି ଅଭିଯାନ। ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର କୁ ଏକ ୟୁନିଟ ଭାବରେ ଧରାଯାଇଛି। ଅଭିଯାନରେ ୪୩୬ ଟି ବସ୍ତି ଅଞ୍ଚଳକୁ ପ୍ରାଥମିକତା ଦିଆଯାଇଛି। ଭୁବନେଶ୍ୱର ରେ ୩୭୭ ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ରାଜ୍ୟରେ ୪୫୦ କର୍ମଚାରୀ ନିୟୋଜିତ ରହି ତଥ୍ୟ ସଂଗ୍ରହ କରୁଛନ୍ତି। ପ୍ରତି ଟିମ୍ ରେ ଜଣେ ଅଙ୍ଗନବାଡି କର୍ମୀ, ଜଣେ ଆଶା କର୍ମୀ ଓ ଜଣେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ସାମିଲ ଅଛନ୍ତି।

powered by social2s