୨୦ ଘଣ୍ଟା ପରେ ବି ଲିଭିନି ସୁପର୍ ମାର୍ଟ ନିଆଁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଅଗ୍ନିଶମ ବାହିନୀର ୨୦ ଘଣ୍ଟା ଉଦ୍ୟମ ପରେ ବି ଲିଭିନି ଭୁବନେଶ୍ବର ଲିଙ୍ଗିପୁର ଅଞ୍ଚଳରେ ଥିବା ସୁପର୍ ମାର୍ଟରେ ଲାଗିଥିବା ନିଆଁ। ଦହନଶିଳ ସମାଗ୍ରୀ ଥିବାରୁ ଆୟତ୍ତକୁ ଆସୁନି ନିଆଁ। ଦୀର୍ଘ ସମୟ ଧରି ନିଆଁ ଲାଗିଥିବାରୁ ସୁପର୍ ମାର୍ଟର ଛାତ ଭୁଶୁଡିବା ସମ୍ଭାବନା ରହିଛି। ଆଉ କିଛି ସମୟ ପରେ ନିଆଁ ଆୟତ୍ତକୁ ଆସିବା ନେଇ ଆଶାବ୍ୟକ୍ତ କରିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ। ନିଆଁଲିଭା କାର୍ଯ୍ୟରେ ମୁତୟନ ଅଛନ୍ତି ଅଗ୍ନିଶମ ବିଭାଗର ୪୦ ଟି ଟିମ୍।

powered by social2s