କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ୮ ତମ ବାର୍ଷିକ ଉତ୍ସବର ୨ ଦିବସ ରେ ଚିତ୍ରକଳା ଶିକ୍ଷ୍ୟା ର ଗୁରୁତ୍ଵ ବିଷୟ ରେ ଆଲୋଚନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: କଳିଙ୍ଗ ଚାରୁ କଳା ମହାବିଦ୍ୟାଳୟ ର ୮ମ ପ୍ରତିଷ୍ଠା ଦିବସ ପାଳନ ର ପ୍ରତିଷ୍ଠା ଦିବସର ଦିତୀୟ ଦିନରେ ରାଜ୍ୟ ସଂଗ୍ରହଳୟ ସ୍ଥିତ କଳିଙ୍ଗ ଆର୍ଟ ଗାଲେରୀ ପରିସରରେ ମହାବିଦ୍ୟାଳୟର ଅଧକ୍ଷ୍ୟ ତାରାକାନ୍ତ ପରିଡ଼ା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ର କୂଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ଯୋଗ ଦେଇ ଚିତ୍ରକଳା ଶିକ୍ଷ୍ୟା ର ଗୁରୁତ୍ଵ ବିଷୟ ରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥ୍ ଭାବେ ଲଲିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ରର କ୍ଷେତ୍ରୀୟ ସଚିବ ଶ୍ରୀଯୁକ୍ତ ରାମକୃଷ୍ଣ ବେଦଲା ଯୋଗଦେଇ ଆଧୁନିକ ଚିତ୍ର କଳା ବିଷୟରେ ଆଲୋକପାତ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ I ସମ୍ମାନନୀୟ ଅତିଥ୍‌ ଓଡ଼ିଶା ଲଲିତ କଳା ଏକାଡେମୀ ର ସଚିବ ଡ଼ ଦେବଯାନୀ ଭୁଇଁୟା ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ବହୁ ସୁନ୍ଦର କଳା କୃତୀ କୁ ପ୍ରଶଂଶା କରିଥଲେ । ହରିଶ ଚନ୍ଦ୍ର ସିଂ ମେମୋରିଆଲ ପୁରସ୍କାର ବାବଦ ରେ ୫୦୦୦ ଅର୍ଥରାଶି ଦେଇ ବିଳାଶ କୁମାରି ଚୌଧୁରୀ ଜଣେ ମେଧାବୀ ଛାତ୍ର କୁ ପୁରସ୍କୃତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ରମା ଦେବୀ ବିଶ୍ବବିଦ୍ୟାଳୟର ଚେୟାର ପ୍ରଫେସର ସୁଚେତା ପ୍ରିୟବାଦିନି ଊର୍ମି ଫାଉଣ୍ଡେସନ ତରଫରୁ ଉର୍ମି ମେମୋରିଆଲ ପୁରସ୍କାର ୩ ଜଣ ଛାତ୍ରଙ୍କୁ ୧୦,୦୦୦ ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ । ଏଥ୍ ସହିତ ଏନ ବିଜୟଲକ୍ଷ୍ମୀ ମେମୋରିଆଲ ନାମରେ ୨୦୦୦ ଅର୍ଥ ରାଶି ପୁରସ୍କାର ବାବଦରେ ଜଣେ ଛାତ୍ର ଶ୍ରୀଯୁକ୍ତ ରାମକୃଷ୍ଣ ବେଦଲା ପୁରସ୍କୃତ କରିଥିଲେ । ଚିତ୍ରକଳା ର ବିଭିର୍ନ ବିଭାଗ କୁ ନେଇ ଛାତ୍ର ଛାତ୍ରୀ ଙ୍କ ଭିତରେ ହୋଇ ଥ‌ିବା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଜାଇଥିଲା ମହାବିଦ୍ୟାଳୟର ସମ୍ପାଦକ ପ୍ରଫେସର ଆଶିଷ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ବହୁ ଖ୍ୟାତନାମା ଚିତ୍ର ଶିଳ୍ପୀ, ଚିତ୍ର ପ୍ରେମୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ କାର୍ଯ କ୍ରମଟିକୁ ସୋମା ମହାପାତ୍ର ପରିଚାଳନା କରିଥିଲେ । ଶେଷରେ ମହାବିଦ୍ୟାଳୟର ଅଧକ୍ଷ୍ୟ ତାରକାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ଏହି ଚିତ୍ର କଳା ପ୍ରଦର୍ଶନୀ ଟି ଆସନ୍ତା ମାସ ୧ ତାରିଖ ପର୍ୟନ୍ତ ଚାଲିବ ବୋଲି କଲେଜ ର ସଦସ୍ୟ ସୁବ୍ରତ ମହାନ୍ତି ଜଣାଇଛନ୍ତି ।

powered by social2s