ଭୁବନେଶ୍ବର : କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ର ୮ମ ପ୍ରତିଷ୍ଠା ଦିବସ ପାଳନ ର ତୃତୀୟ ଦିନରେ ରାଜ୍ୟ ସଂଗ୍ରହଳୟ ସ୍ଥିତ କଳିଙ୍ଗ ଆର୍ଟ ଗାଲେରୀ ପରିସରରେ ମହାବିଦ୍ୟାଳୟର ଅଧକ୍ଷ୍ୟ ତାରାକାନ୍ତ ପରିଡ଼ା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ କଳା ଐତିହାସିକ ଡ଼ ଅଲେଖ ଚନ୍ଦ୍ର ସାହୁ ଯୋଗ ଦେଇ ସମସାମୟିକ ଚିତ୍ରକଳା ଶିକ୍ଷ୍ୟା ର ଗୁରୁତ୍ଵ ଓ ବ୍ୟବହାର ବିଷୟ ରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥି ଭାବେ ରାଜ୍ୟ ସଂଗ୍ରହଳୟ ର ଅଧକ୍ଷ୍ୟ ଡ଼ ଭାରତୀ ପାଲ ଯୋଗଦେଇ ପୁରୁଣା ଚିତ୍ର କୁ କିପରି ସଂରକ୍ଷଣ କରିବ ସେ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ | ସଂସ୍କୃତି ବିଭାଗର ଓଏସଡି ପ୍ରୀତିଶ କୁମାର ପଣ୍ଡା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ହେଇଥିବା ବହୁ ସୁନ୍ଦର କଳାକୃତୀ କୁ ପ୍ରଶଂଶା କରିଥଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ମହିଳା ଉଦୟଗୀ ଯଥା କଳା ପ୍ରେମୀ ରେବତୀ ପାଣି ଚିତ୍ରକଳାକୁ କିପରି ବିଶ୍ଵ ବଜାରରେ ବିକ୍ରି ହେଇପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇଥିଲେ । ସମାଜସେବୀ ଜୋତ୍ରୀମୟ ଦାସ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଚିତ୍ର କଳା ଦ୍ଵାରା ସମାଜର ପରିବର୍ତନ ହୋଇପାରିବ ବୋଲି ଆଲୋକପାତ କରିଥିଲେ । ବିନିତ ଚୌଧୁରୀଙ୍କ ତରଫରୁ ଚୌଧୁରୀ ଧୂର୍ଜ୍ୟଧନ ଦାସ ମେମୋରିଆଲ ପୁରସ୍କାର ୩ ଜଣ ଛାତ୍ରଙ୍କୁ ୧୦,୦୦୦ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା | ଏଥି ସହିତ ଆଇଏ ଏସ୍ ଅଧିକାରୀ ଅମରେନ୍ଦ୍ର ପଟ୍ଟନାୟକ ମେମୋରିଆଲ ନାମରେ ୫୦୦୦ ଅର୍ଥ ରାଶି ପୁରସ୍କାର ବାବଦରେ ଜଣେ ୨ ଛାତ୍ରଙ୍କୁ ନିହାରିକା ପଟ୍ଟନାୟକ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଚିତ୍ରକଳା ର ବିଭିନ୍ନ ବିଭାଗ କୁ ନେଇ ହୋଇଥିବା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ସଦସ୍ୟ ଶ୍ରୀଯୁକ୍ତ ବିକାଶ ଚୌଧୁରୀ ସ୍ଵାଗତ ଭାଷଣ ଦେଇଥିଲେ। ବହୁ ଖ୍ୟାତନାମା ଚିତ୍ର ଶିଳ୍ପୀ, ଚିତ୍ର ପ୍ରେମୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ମହାବିଦ୍ୟାଳୟର ଅଧକ୍ଷ୍ୟ ତାରକାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ଏହି ଚିତ୍ରକଳା ପ୍ରଦର୍ଶନୀ ଟି ଆସନ୍ତା ମାସ ୧ ତାରିଖ ପର୍ୟୁନ୍ତ ଚାଲିବ ବୋଲି କଲେଜ ର ସଦସ୍ୟ ସୁବ୍ରତ ମହାନ୍ତି ଜଣାଇଛନ୍ତି ।
କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ର ୮ମ ପ୍ରତିଷ୍ଠା ଦିବସ ପାଳନ ର ତୃତୀୟ ଦିନରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

