ମହାମାରୀ ସମୟରେ ସହାୟତାର ହାତ ବଢ଼ାଇଲେ ବିଭିନ୍ନ ଟ୍ରଷ୍ଟ ଓ ସଙ୍ଘର ସଦସ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର ତା ୨୬.୪.୨୧: ଏହି ମହାମାରୀ ସମୟରେ ଭୁବନେଶ୍ବର ଭିତରେ ଖାଇବା ଓ ଅନ୍ୟାନ୍ୟ ବିଷୟ ରେ ଯଦି କାହାର କିଛି ଅସୁବିଧା ହେଉଛି, ଆମକୁ ଜଣାଇବାକୁ ଅନୁରୋଧ, ଆମେ ଚେଷ୍ଟା କରିବୁ ଆପଣଙ୍କୁ ସହଯୋଗ ର ହାଥ ବଢ଼ାଇବାକୁ, ଆର୍ଥିକ ଅନୁଦାନ କୁ ଛାଡ଼ି ଦୁଃଖ ସମୟରେ ଆମେ ଆପଣଙ୍କ ସଙ୍ଗେ ରହି ସମ୍ମୁଖୀନ ହେବାକୁ ଚେଷ୍ଟା କରିବୁ, ଏବଂ ଆମର ପାରୁ ପର୍ଯ୍ୟନ୍ତ ସମାଧାନ କରିବାକୁ ଆଗେଇ ଆସିବୁ ବୋଲି କହିଛନ୍ତି ବିଭିନ୍ନ ଟ୍ରଷ୍ଟ ଓ ସଙ୍ଘର ସଦସ୍ୟ।

 

ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ନିର୍ମଳା କୃତି  ବିକାଶ ଟ୍ରଷ୍ଟ, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓ ମା ଖଣ୍ଡୁଆଲି ଉଠା ବ୍ୟବସାୟୀ ସଂଘ ସହଯୋଗରେ କରା ଯିବା ନିମନ୍ତେ ଆଜିର ଏକ ବୈଠକରେ ନିଷ୍ପତି ନିଆଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ନାରାୟଣ ମହାପାତ୍ର, ଦିଲପ ପଟ୍ଟନାୟକ, ଉମାନାଥ ମିଶ୍ର, ଲଲିତ ମୋହନ ପଣ୍ଡା, ମନୋଜ କୁମାର ରାଉଳ, ରଞ୍ଜନ ସାମଲ, ଶ୍ରୀନିବାସ ରାଓ ଓ ହେମନ୍ତ କୁମାର ମଲ୍ଲିଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଯୋଗଦାନ କରିଥିଲେ।

 

 

powered by social2s