ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ମନୋନୀତ ଉପସଭାପତି ଓ କାର୍ଯ୍ୟନିର୍ବାହିକା ସମିତି ସଭ୍ୟଙ୍କ ସଂକଳ୍ପ ପାଠ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ମନୋନୀତ ଉପସଭାପତି ଓ କାର୍ଯ୍ୟନିର୍ବାହିକା ସମିତି ସଭ୍ୟଙ୍କ ସଂକଳ୍ପ ପାଠ ଉତ୍ସବ ଉତ୍କଳ ସାହିତ୍ୟ ସମାଜ ଶତାବ୍ଦୀ ଭବନର ସାହିତ୍ୟ ଭବନଠାରେ ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଡକ୍ଟର ରମାକାନ୍ତ ସିଂହ(ମୟୂରଭଞ୍ଜ) ଓ ସୁଶାନ୍ତ କୁମାର ନାୟକ(ରାୟଗଡ଼ା)ଙ୍କୁ ମନୋନୀତ ଉପସଭାପତି ଭାବେ ଏବଂ ଶିବାଶିଷ କର(କଟକ) ଓ ଡକ୍ଟର ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ(ସୁବର୍ଣ୍ଣପୁର)ଙ୍କୁ ମନୋନୀତ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଭାବେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଶପଥପାଠ କରାଇଥିଲେ । ଉତ୍ସବରେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିôଲେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ । ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଡକ୍ଟର ବୈଜୟନ୍ତୀମାଳା ଶତପଥୀ, ଡକ୍ଟର ଗାୟତ୍ରୀ ଦେବୀ, ମୀରା ବେଉରା, ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ, ଡକ୍ଟର ରଘୁ ସାହୁ ଓ ଗୀତାଞ୍ଜଳି ପୃଷ୍ଟି ଉପସ୍ଥିତ ଥିଲେ ।

powered by social2s