ସମ୍ବଲପୁର : ଲୋକସେବା ପକ୍ଷରୁ “ପରିବେଶ ସୁରକ୍ଷା ” ବିଷୟକୁ ଆଧାର କରି ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଗୁରୁକୁଳ କ୍ଲାସେସ୍ ସହ ଯୁଗ୍ମ ସହଯୋଗରେ ଶନିବାର ଦିନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଗୁରୁକୁଳ କ୍ଲାସେସ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇ ସୁରକ୍ଷିତ ଭାରତ ଓ ସୁରକ୍ଷିତ ଶୈଶବ ବିଷୟରେ ତାଙ୍କର ଚିନ୍ତାଧାରାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏବିସିଡ଼ି ଚାରିଟେଵଲ ଟ୍ରଷ୍ଟର ଅଧ୍ୟକ୍ଷ ରାଜେନ୍ଦ୍ର ସତନାମୀ ଓ ସମ୍ବଲପୁରର ସମାଜସେବୀ ସୁନିଲ ସାଗର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ। କାର୍ଯ୍ୟକ୍ରମଟି ସଫଳ ଭାବରେ ପରିଚାଳନା କରିବାରେ ଲୋକସେବା ସଦସ୍ୟ ବିଶ୍ୱଜିତ ମହାନ୍ତି, ଏସ୍.କେ. ଫୈଜାନ ଓ ମାସୁଦ ଆଲମ୍ ମୁଖ୍ୟ ଭୂମିକା ଗ୍ରହଣ କରି ସମନ୍ୱୟ କରିଥିଲେ। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ସୃଜନଶୀଳତା ବିକାଶ ପାଇବା ସହ ସମାଜ ପ୍ରତି ସଚେତନତା ବଢ଼ିବାରେ ସହାୟତା ହୋଇଛି।
ସୁରକ୍ଷିତ ଭାରତ ଓ ସୁରକ୍ଷିତ ବଚ୍ଚପନ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

