ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାର ନିକଟରେ ଦୁଇ ମହିଳାଙ୍କ ଠାରୁ ସାଢେ ତିନି ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମହିଳା ଦୁଇ ଜଣ ନୂଆଗାଁ ପଞ୍ଚାୟତ ଭାତପଡ଼ା ଗାଁ ଜୟଗୁରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ବୋଲି ଜଣାପଡ଼ିଛି। ସେମାନେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର ବାଇକ ରେ ଆସି ସେମାନଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଛଡ଼ାଇ ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି।
powered by social2s

