ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଦ୍ୱାରା ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷ ଭୁବନେଶ୍ୱର ଠାରେ ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ଗୋପାଳ କାନୁନଗୋଙ୍କ ଶ୍ରାଦ୍ଧୋତ୍ସୋବ ଆୟୋଜିତ ହୋଇଯାଇଛି । ଏହି ଶ୍ରାଦ୍ଧୋତ୍ସବ ଅବସରରେ ଓଡ଼ିଶାର ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ରାମହରି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ ସାହୁ, ପୂର୍ବତନ ସଚିବ, ଓଡ଼ିଶା ଲଳିତ କଳା ଏକାଡ଼େମୀ, ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପାଢୀ, ପୁର୍ବତନ ଅଧ୍ୟକ୍ଷ ସମ୍ମାନିତ ଅତିଥି ଭାବରେ ଓ ଶ୍ରୀମତୀ କବିତା ମହାନ୍ତି, ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗଦାନକରିଥିଲେ । ଶ୍ରୀଯୁକ୍ତ ପଞ୍ଚାନନ ସାମଲ, ଅଧ୍ୟକ୍ଷ, ଧଉଳି ଚାରୁକଳା ମହାବିଦ୍ୟାଳୟ, ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକ୍, ପୂର୍ବତନ ଅଧ୍ୟକ୍ଷ, ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅତିଥିମାନେ ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ଗୋପାଳ କାନୁନଗୋଙ୍କ ଶ୍ରାଦ୍ଧୋତ୍ସବ ଜୀବନି ଓ ତାଙ୍କର କଳାତ୍ମକ ଜୀବନର ସଂଙ୍ଘର୍ଷ ବିଷୟରେ ଅନେକ ତଥ୍ୟ ତଥା ଅନେକ ପ୍ରେରଣାଦାୟୀ କଥା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଚାରୁକଳା ମହାବିଦ୍ୟାଳୟର ବହୁ ଛାତ୍ର, ଛାତ୍ରୀ ଓ ଅନେକ ଚିତ୍ରଶିଳ୍ପୀ ମାନେ ଅଂଶଗ୍ରହଣ କରି ସେହି ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଜୀବନି, ସଂଙ୍ଘର୍ଷ ଓ ଚିତ୍ର କଳା କରିବାର କଳା କୈଶଳ ସଂମ୍ପର୍କରେ ଅନେକ ମୁଲ୍ୟବାନ ଉପଦେଶ ମାନ ବିଶିଷ୍ଟ ବକ୍ତା ମାନଙ୍କ ଠାରୁ ଜାଣିବାକୁ ପାଇଥିଲେ । ସ୍ୱର୍ଗତ କାନୁନଗୋଙ୍କ ରାଜ୍ୟରେ ସୃଜନମୂଳକ କାର୍ଯ୍ୟକ୍ରମମାନ କରି ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ତାଙ୍କ ଜୀବନରେ ଅନେକ ସଂଗ୍ରାମ କରିଥିଲେ । ଆଗାମୀ ଦିନରେ ତାଙ୍କର ଚିତ୍ରକଳା ବିଷୟରେ ରାଜ୍ୟର କଳାପ୍ରେମୀଙ୍କୁ ଜଣାଇବା ପାଇଁ ଯୁବପିଢ଼ୀଙ୍କୁ ବକ୍ତା ମାନେ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏକାଡ଼େମୀର କାର୍ଯ୍ୟକ୍ରମକୁ ଏକାଡ଼େମୀର ସୁନୀଲ୍ କୁମାର ଡ଼ାକୁଆ ଏହି ସଭାକୁ ପରିଚାଳନା କରିବା ସହିତ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ୱାରା “ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ଗୋପାଳ କାନୁନଗୋଙ୍କ ଶ୍ରାଦ୍ଧୋତ୍ସବ” ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

