କଟକ: ଉକ୍ରଳ ସାହିତ୍ୟ ସମାଜର ଶତାବ୍ଦୀ ଭବନ ସତେ ଯେପରି ବସନ୍ତ ରଙ୍ଗରେ ରଙ୍ଗାୟିତ ହୋଇଥିଲା । ବସନ୍ତ ଆଧାରିତ ମର୍ମସ୍ପର୍ଶୀ କବିତା ଆବୃତ୍ତି, ତଲ୍ଲୀନ କରୁଥିବା ସଂଗୀତର ମୂର୍ଚ୍ଛନା ଓ ନୃତ୍ୟର ସ୍ପନ୍ଦନରେ ସ୍ପନ୍ଦିତ ହୋଇଥିଲେ ଦର୍ଶକ । ଏକ ଭିନ୍ନ ଅବକାଶ ସୃଷ୍ଟି କରିଥିଲା ପରିବେଶ । ଉକ୍ରଳ ସାହିତ୍ୟ ସମାଜର ବସନ୍ତ ମହୋତ୍ସବକୁ ପ୍ରାଣଭରି ଉପଭୋଗ କରୁଥିଲେ ସମସ୍ତେ । ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ମନୋଜ୍ଞ ଆସରକୁ ଉଦ୍ଘାଟନ କରିଥିରେ ଓଡ଼ିଶାର ଯଶସ୍ୱୀ ସାରସ୍ୱତ ସ୍ରଷ୍ଟା ତଥା ଗୀତିକବି ଓ ଖ୍ୟାତିସଂପନ୍ନ ପ୍ରଶାସକ ଦେବଦାସ ଛୋଟରାୟ । ଅନୁଷ୍ଠାନ ପକ୍ଷରୁ ଏପରି ଏକ ଆୟୋଜନକୁ ସେ ପ୍ରଶଂସା କରି କହିଥିଲେ, ଆମ ପରିବେଶରୁ ବସନ୍ତ ହଜି ହଜି ଯାଉଥିବା ବେଳେ ଏପରି ଏକ ଆୟୋଜନ ପ୍ରକୃତରେ ସ୍ୱାଗତଯୋଗ୍ୟ । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚଳଚ୍ଚିତ୍ର ତାରକା ଶ୍ରୀତମ ଦାସ କହିଲେ ଯେ, ଏପରି ଏକ ବର୍ଣ୍ଣାଢ଼୍ୟ ଆୟୋଜନ ଆଗାମୀ ଦିନରେ ଆମ ସମସ୍ତଙ୍କ ସହଯୋଗରେ ଅଧିକ ଆକର୍ଷଣୀୟ ହେବ ଏବଂ ଶତାୟୁ ଅନୁଷ୍ଠାନକୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବାର ସମୟ ଆସିଛି । ବରେଣ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଯନ୍ତ୍ରୀ ଇଂ. ଅତନୁ କୁମାର ସାମନ୍ତ କହିଥିଲେ ଯେ, କଟକ ହେଉଛି ସଂସ୍କୃତି, ଭାଇଚାରା ଓ ଐତିହ୍ୟର ସହର । ସମସ୍ତଙ୍କ ସହଯୋଗରେ ଶତାୟୁ ତଥା ଐତିହ୍ୟ ଅନୁଷ୍ଠାନ ଉକ୍ରଳ ସାହିତ୍ୟ ସମାଜକୁ ସମସ୍ତଙ୍କ ସହଯୋଗରେ ଏହି ସହର ତଥା ରାଜ୍ୟର ଶ୍ରେଷ୍ଠ ଅନୁଷ୍ଠାନ ଭାବେ ଗଢ଼ିତୋଳିବା । ଉତ୍ସବରେ ମଞ୍ଚକୁ ଆମନ୍ତ୍ରଣ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ରଘୁ ସାହୁ, ସ୍ୱାଗତ ଭାଷଣ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ଓ କାର୍ଯ୍ୟକ୍ରମ ସୂଚନା ତଥା ଅତିଥି ପରିଚୟ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ପ୍ରଦାନ କରିଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଅମିତାଭ ଖିଲାର । ନୃତ୍ୟ ଓ ସଂଗୀତ ପରିଚାଳନା ଗୁରୁ ଆଶିଷ ଦାସ ଓ କଣ୍ଠଶିଳ୍ପୀ ତନ୍ମୟ ହୋତା କରିଥିବା ବେଳେ କବିତା ସଂଯୋଜନା କରିଥିôଲେ ବେଦବ୍ୟାସ ନାୟକ । ମ୍ୟାଜିକ୍ ପ୍ରଦର୍ଶନ କରିଥିଲେ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବାପୁ ଲେଙ୍କା । ମହୋତ୍ସବରେ ଅନୁଷ୍ଠାନର ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ମୀରା ବେଉରା, ଗୀତାଞ୍ଜଳି ପୃଷ୍ଟି, ଆର୍ଯ୍ୟକୁମାର ହର୍ଷବର୍ଦ୍ଧନଙ୍କ ସମେତ ରାଜ୍ୟର ଅନେକ ପ୍ରତିଷ୍ଠିତ କବି, କଣ୍ଠଶିଳ୍ପୀ ଓ ନୃତଶିଳ୍ପୀ ଯୋଗ ଦେଇଥିଲେ ।
ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବସନ୍ତ ମହୋତ୍ସବ ଶତାବ୍ଦୀ ଭବନରେ କବିତା-ସଂଗୀତ-ନୃତ୍ୟର ଆସର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

