୪ର୍ଥ ପଥଉତ୍ସବରେ ଦୋଳପର୍ବ ଓ ହୋଲିର ମଜାନେଲେ ଜଟଣୀ ବାସୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ: (ଶୁଭେନ୍ଦ୍ର ଶତପଥୀ) ଜଟଣୀର ମୂଖ୍ୟ ରାସ୍ତା ହରିଭାଇନା ଛକରୁ ମହୁଲ ଗୁଡ଼ିଆ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ୪ର୍ଥ ପଥଉତ୍ସବରେ ମନଭରି ଉପଭୋଗ କରିଛନ୍ତି ଜଟଣୀ ବାସୀ l ଜଟଣୀର ମୁଖ୍ୟ ରାସ୍ତାରେ ଦୋଳ ପର୍ବ ଏବଂ ହୋଲି ଖେଳ ତା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୁଗ୍ଧକର ହୋଇଥିବା ବେଳେ ନୃତ୍ୟ ଗୀତରେ ରାଜ ଦାଣ୍ଡ କମ୍ପିଥିଲା l ଲୁପ୍ତ ପ୍ରାୟ କେନ୍ଦେରା ଗୀତ,ମୁଣ୍ଡପତା କେଳାଙ୍କ ନାଚ ଦର୍ଶକଙ୍କୁ ଆକର୍ଷଣ କରିଥିଲା l ମଞ୍ଚରେ ଜିଲ୍ଲା ବିଜେପି ସଭାପତି ତଥା ଉତ୍ସବର ଅଧ୍ୟକ୍ଷ ବିଶ୍ବରଂଜନ ବଡ଼ଜେନା,ଉମାକାନ୍ତ ପଟ୍ଟନାୟକ,କୈଳାସ ମହାପାତ୍ର ସୁଦର୍ଶନ ସୁନ୍ଦରରାୟ,,କାଉନସିଲର ଶଶାଙ୍କ ରାୟ,ବିଷ୍ଣୁ ସାହୁ, ବିଜେପି ଯୁବ ନେତା ଲିଟୁ ରଞ୍ଜନ ରାଉତରାୟ,ସବ୍ୟସାଚୀ ଦାଶ ପ୍ରମୁଖ ପରିଚାଳନା କରିବା ସହିତ ଫଗୁ ଖେଳରେ ସାମିଲ ହୋଇଥିଲେ l ଛାତ୍ର ସାଇରାମଙ୍କ ଦ୍ଵାରା ବର୍ଜ୍ୟବସ୍ତୁରେ ନିର୍ମିତ ହସ୍ତକଳା ପ୍ରଦର୍ଶନ ପ୍ରଶଂସିତ ହୋଇଥିଲା l ଜଟଣୀ ବିକାଶ ପରିଷଦ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲା l ଅଭିନେତା ଡ. ୠଷି ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l

powered by social2s